ଦେବଗଡ଼,୧|୧୨: ଝାରସୁଗୁଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିବା ଓ ବି ସି ଜାଗରଣ ରଥ ଝାରସୁଗୁଡ଼ା ଓ ସମ୍ବଳପୁର ଜିଲ୍ଲା ର କୁଚିଣ୍ଡା ଉପଖଣ୍ଡ ପରିକ୍ରମା ପରେ ଶୁକ୍ରବାର ଦେବ ଗଡ ଜିଲ୍ଲାର ତିଲେଇବଣି ଓ ରିଆମାଳ ବ୍ଲକର ବିଭିନ୍ନ ଅଞ୍ଚଳ ରେ ଓ ବି ସି ରଥ କୁ ଅନଗ୍ରସର ବର୍ଗଙ୍କ ଉଭୟ ମହିଳା ଓ ପୁରୁଷ ବହୁ ସଂଖ୍ୟାରେ ଯୋଗ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । କଂସର ଠାରେ ଡାକ୍ତର ସଞ୍ଜୀବ କୁମାର ପଟେଲ ଙ୍କ ଆବାହକତ୍ୱରେ ଓ ଆନନ୍ଦ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ ସଭାପତି ଶଙ୍କର ପାତ୍ର ଓଡ଼ିଶା ରାଜ୍ୟ ସରକାର ଏସ ଇ ବି ସି ସଂରକ୍ଷଣ ଓ ବି ସି ଙ୍କ ସ୍ବାର୍ଥ ବିରୋଧୀ ବୋଲି ଅଭିଯୋଗ କରିଥିଲେ । ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ନିଜର ହକ ଓ ଅଧିକାର ସାବ୍ୟସ୍ତ କରିବା ପାଇଁ ଓ ବି ସି ଏକତା ପାଇଁ ଆହ୍ବାନ ଦେଇଥିଲେ । କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ ସଂଗଠନ ର କାର୍ଯ୍ୟକ୍ରମ ର ସୂଚନା ଦେଇ ଥିଲେ । ଆସନ୍ତା ମାସ ଜିଲ୍ଲାରେ ଏକ ବଡ଼ ଧାରଣ ର ସମ୍ମିଳନୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏହା ପରେ ରିଆମାଳ ରେ ରଥ ଓ ନେତ୍ରୁ ମଣ୍ଡଳୀ ଙ୍କୁ ଅଧ୍ୟାପକ ଗୋଲ ବଦନ ବିଶ୍ଵାଳ ଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିଲା ।ଏହା ପରେ ସିନ୍ଦୂର କଲି ଠାରେ ଅନାଦି ସାହୁ ଓ ପରେଶ୍ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.