ରାଜନଗର : ପ୍ରାକୃତିକ ପରିବେଶରେ ଭିତରକନିକା ପେଣ୍ଠ ବେଳାଭୂମି ଠାରେ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନର ଭରପୁର ମଜା ନେଵେ ପର୍ଯ୍ୟଟକ। ସେଥିପାଇଁ ପୁଣି ଆସି ପହଞ୍ଚିଛି ଓଡିଶା ପର୍ଯ୍ୟଟନର ମନୋରଞ୍ଜନ ଉତ୍ସବ ଇକୋ ରିଟ୍ରିଟ୍। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରକନିକା ଇକୋ ରିଟ୍ରିଟ୍ ଆଜି ପେଣ୍ଠ ବେଳାଭୂମିରେ ଵିଧାୟକ ଧୃଵ ସାହୁଙ୍କ ଦ୍ୱାରା ରିବନ କଟାଯାଇ ଓପନିଂ ହୋଇଯାଇଛି। ରାଜ୍ୟରେ ଭର୍ଚୁଆଲରେ 6 ଟି ପର୍ଯ୍ୟଟନ ସ୍ଥଳୀ ସମେତ ଭିତରକନିକା ଇକୋ ରିଟ୍ରିଟ୍ କୁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମୋଡରେ ଉଦ୍ଘାଘାଟନ କରିଛନ୍ତି ।ଭିତରକନିକା ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଇକୋ ରିଟ୍ରିଟ୍ ଡିସେମ୍ବର ୧ ରୁ ଫେବୃୟାରୀ ୨୯ତାରିଖ ପର୍ଯ୍ୟନ୍ତ ଏହି ତିନିମାସ ଚାଲିବ ଵୋଲି ଵିଭାଗ ସୁତ୍ରରୁ ଜଣାପଡିଛି । ପର୍ଯ୍ୟଟକଙ୍କ ରହଣି ପାଇଁ 25ଟି ଟେଣ୍ଟ ସହ 12ରୁ ଅଧିକ କାର୍ଯ୍ୟକ୍ରମ ରହିଛି। ଏଠି ଦୁଇଟି ଶୈଳୀର କଟେଜ ରହିଛି, ଗୋଟିଏ ରାତିକପାଇଁ ଡିଲକ୍ସ ସ୍ବିସ୍ କଟେଜର ଦାମ ୭୫ହଜାର ଟଙ୍କା ଓ ପ୍ରିମିୟମ ସ୍ବିସ୍ କଟେଜର ଦାମ ୮ହଜାର ଟଙ୍କା ରହିଛି। ଚେକ୍ ଇନ୍ ମଧ୍ୟାହ୍ନ ୧୨ଟା ଓ ଚେକ୍ ଆଉଟ ସକାଳ ୧୦ଟା ରହିଛି। ପ୍ରତି କଟେଜରେ ଦୁଇଜଣ ରହିପାରିଵେ ଵୋଲି ଵିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ,ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା, ବିଡିଓ, ତହସିଲଦାର, ଜିଲ୍ଲା ପରିଷଦ ସଦସ୍ୟ ଓ ପଞ୍ଚାୟତର ସରପଞ୍ଚ /ସମିତି ସଭ୍ୟ /ସଭ୍ୟା, ସ୍ଥାନୀୟ ଜନସାଧାରଣଙ୍କ ସମେତ ସହଯୋଗ କରୁଥିବା ଵିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.