ରାଜ୍ୟ ସାମ୍ୱାଦିକ ସଂଘ(ଏସୟୁଜେ, ଓଡ଼ିଶା)ର ବରଗଡ଼ ଶାଖା ଗଠିତ

ବରଗଡ : ସାମ୍ବାଦିକଙ୍କ ଏକତା ଓ ନିରପେକ୍ଷତା ସାମ୍ବାଦିକତା ସମାଜର ଦର୍ପଣ ପରି କାମକରିଥାଏ। ଏଣୁ ସାମ୍ବାଦିକ ମାନେ ସମାଜର ସୂତ୍ରଧାର ଭାବେ ସମାଜକୁ ସବୁବେଳେ ଦର୍ଶନ ଦେଇଥାନ୍ତି। ଆଜି ବରଗଡ ସହରର ହୋଟେଲ ସ୍ୱସ୍ତିକ ସଭାକକ୍ଷରେ ରାଜ୍ୟ ସାମ୍ବାଦିକ ସଂଘ(ଏସୟୁଜେ) ପକ୍ଷରୁ ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ଶାଖାର ଏକ ବୈଠକରେ ବକ୍ତାମାନେ ଏଭଳି ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ମାଁ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ଜଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ଜିଲ୍ଲା ସଂଘର ଆବାହକ ବିଜୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବାପରେ ରାଜ୍ୟ ସଂଘର ସଭାପତି କୈଳାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସହ ସଂପାଦକ ମହେନ୍ଦ୍ର ଦର୍ଜି,ଜାତୀୟ କାର୍ଯ୍ୟକାରିଣି ନିମନ୍ତ୍ରିତ ସଭ୍ୟ ଗଗନ ଶର୍ମା,ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଶଶିଭୂଷଣ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂଗଠନିକ ଶକ୍ତିହିଁ ନ୍ୟାର୍ଯ୍ୟ ଅଧିକାରର ମୂଳଧାର ବୋଲି କହିଥିଲେ।

ଏହି ଅବସରରେ ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ (ଏସୟୁଜେ)ଶାଖାର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଥିଲା। କାର୍ଯ୍ଯକାରି ସଦସ୍ୟ ଭାବରେ ବିଜୟ କୁମାର ସାହୁଙ୍କୁ ସଭାପତି, ବାଲାଜୀ ବୀଭୁରଞ୍ଜନ ତରାସିଆ ଏବଂ ପ୍ରଭାକର ଦାଶଙ୍କୁ ଉପସଭାପତି, ମାଧବ ପ୍ରସାଦ ସାହୁଙ୍କୁ ସମ୍ପାଦକ, ନରସିଂହ ଚରଣ ସାହୁ ଏବଂ ସୁଶାନ୍ତ ପଣ୍ଡାଙ୍କୁ ସହ ସମ୍ପାଦକ, ନିତ୍ୟାନନ୍ଦ ବାଗ ଙ୍କୁ କୋଷାଧ୍ୟକ୍ଷ ତଥା ବାଳକିଶୋର ଖାଡ଼ଙ୍ଗା, ରାକେଶ ଯୋଷୀ ଏବଂ ଅଶିତ୍ ସ୍ୱାଇଁଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ସଭାରେ ବରଗଡ ଜିଲ୍ଲା ସମସ୍ତ ବ୍ଳକର ସାମ୍ୱାଦିକଙ୍କ ସହିତ ସମ୍ବଲପୁର ଓ ସୋନପୁର ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ଯୋଗଦେଇଥଲେ । ବୈଠକରେ ଉପସ୍ଥିତ ସମ୍ବଲପୁର ଜିଲ୍ଲା ସଂଘ ସଭାପତି ରବୀନ୍ଦ୍ର ଦାନୀ, ଜିତେନ୍ଦ୍ର ମୁଦୁଲି, ପ୍ରମୋଦ ବହିଦାର, ଦୀପକ ପ୍ରସାଦ, ଗଜେନ୍ଦ୍ର ଭୋଇ, ସତ୍ୟପ୍ରିୟ ମହାପାତ୍ର, ରିପନ ନାୟକ, ସତ୍ପନ ବାଗ, ଆନନ୍ଦ ମହାପାତ୍ର ପ୍ରମୂଖ ସମସ୍ତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଜିଲ୍ଲା ସଂଘ ପକ୍ଷରୁ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ପାଢ଼ୀ, ସାମ୍ୱାଦିକ ସୋମନାଥ ଭୋଇ, ଚନ୍ଦ୍ରମଣି ବେହେରା, ବିଦ୍ୟାଧର ସାହୁ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ମାଧବ ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.