କଟ୍ରିଙ୍ଗିଆଠାରେ ପୋଷଣ ସଚେତନତା ସଭା

ଫୁଲବାଣୀ : କନ୍ଧମାଳ ଜିଲ୍ଲା କଟ୍ରିଙ୍ଗିଆ ଠାରେ ପୋଷଣ ମହାସଭା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ରୋଟାରୀ କ୍ଲବ୍ ଫୁଲବାଣୀ ର ମିଳିତ ଆନୁକୁଲ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୁତୀ ମା, ପଂଚାୟତ ପ୍ରତିନିଧୀ, ସ୍ୱୟଂ ସହାୟକ ଦଳ ଓ ମହା ସଂଘ ର ପ୍ରତିନିଧୀ, ଦିସାରୀ, ମାନସିକ ଅସୁସ୍ଥ ବ୍ୟକ୍ତି ଓ ଯତ୍ନ କାରୀ, ସରକାରୀ ଅଧିକାରୀ ସହିତ ରୋଟାରୀ ସଦସ୍ୟ ଓ ସଦସ୍ୟା ଏବଂ ସ୍ୱାତୀ ସହ କର୍ମୀମାନେ ଯୋଗ ଦେଇଥିଲେ । ରୋଟାରୀ ର ସଂପାଦକ ବିଜୟକୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ସଭାପତି ବିପ୍ରଚରଣ ପାତ୍ର ସ୍ୱାଗତ ଭାସଣ ପ୍ରଦାନ କରିଥିଲେ । ତାଙ୍କ ସ୍ୱାଗତ ଭାଷଣ ରେ ପୋଷଣ ମାଧ୍ୟମରେ ସଂପର୍କ ଯୋଡି ଆଗାମି ଦିନରେ କିପରି କୁପୋଷଣ ଓ ରକ୍ତ ହିନତା ଦୂର କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି କହିଥିଲେ । ସ୍ୱାତୀର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ କନ୍ଧମାଳରେ ୫୦ ଭାଗ ଶିଶୁ କୁପୋଷଣ ରେ ଥିବା ସହିତ ଅଧାରୁ ଅଧିକ ମହିଳା ରକ୍ତ ହିନତା ର ସିକାର ହୋଇଛନ୍ତି, ଜାହା ଆମର ଆଗାମି ଭବିଷ୍ୟତ ଯୁବ ପିଢି ପାଇଁଏକ ଚିନ୍ତା ଜନକ ସ୍ଥିତି କୁ ନେଇଜାଉଛି । ବିଭିନ୍ନ ଖାଦ୍ୟରେ ଥିବା ଅନ୍ଧବିଶ୍ୱାଶ ଓ ଲୋକ କଥା କହି ମା ମାନଙ୍କୁ ସଚେତନ କରିଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ଜୋତ୍ସା ମହାନ୍ତି ସନ୍ତୁଳିତ ଆହର, ବିଭିନ୍ନ ଖାଦ୍ୟ ଖାଇବାର ପ୍ରକିଆ ଉପରେ ନିଜର ଅଭିଭାଷଣ ରଖିଥିଲେ, ଡିଜିଟାଲ ମେସିନ ମାଧ୍ୟମରେ ଶରିରର ୫ ଟି ମୁଖ୍ୟ ଉପାଦନ ଉପସ୍ଥିତ ଥିବା ଗର୍ଭବତୀ ଓ ପ୍ରସୁତୀ ମା ମାନଙ୍କର କରାଇ ତାଙ୍କୁ ଉପଯୁକ୍ତ ଯତ୍ନ ବିଷୟରେ କହିଥିଲେ । ଆକ୍ସନଏଡ୍ ର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ କିଶୋରୀ ବାଳିକା ଙ୍କ ସ୍ୱାସ୍ଥ୍ୟ ଓ ଜୀବନ କୈାଶଳ କିପରି ସଚେତନତା ହେବା ଆବଶ୍ୟକ ତାହା ପରିପ୍ରକାଶ କରିଥିଲେ ଓ କମ୍ ବୟଷ ର ମାତୃତ୍ୱ ଓ ଜନ୍ମରେ ଅନ୍ତର କିପରି କମ୍ ଓଜନ ର ଶିଶୁ ଓ କୁପୋଷଣ ହେଉଛି କହିଥିଲେ ।

କଟ୍ରିଙ୍ଗିଆ ପଂଚାୟତ ସରପଂଚ ପ୍ରତିଭା କହଁର ଆଗାମି ଦିନରେ ନିଜ ପଂଚାୟତକୁ କିପରି କୁପୋଷଣ ମୁକ୍ତ କରିବି ସେଥିପ୍ରତି ଯଥା ସମ୍ଭବ ପ୍ରୟାସ କରିବି ବୋଲି କହିଥିଲେ ଓ ପାକଶାଳା ବଗିଚାକୁ ପ୍ରାଧାନ୍ୟତା ପ୍ରତି ଗରୁତ୍ୱ ଆରୋପ କରିଥିଲେ । ରୋଟାରୀ ସଦସ୍ୟ ପ୍ରକାଶ ପଣ୍ଡା ପାରମ୍ପରି ଖାଦ୍ୟ ଓ ଜୀବନ ଶୈଳି ବିଷୟରେ ଅଂଶଗ୍ରହଣ କାରୀ ଙ୍କୁ ଆଲୋକପାତ କରିଥିଲେ । ଏହି ଅବସରରେ ରୋଟାରୀ ଅନ୍ୟ ସଦସ୍ୟ ରୁପକ ରଞ୍ଜନ ମହାନ୍ତି, ସିମାଂଚଳ ବେହେରା, ଉରର୍ମିଳା ପଣ୍ଡା, ବି.ଦେବନ୍ଦ୍ର କୁମାର, ଆର.ନାରାୟଣ ସୁବୁଦ୍ଧି , ବିରଜା ପ୍ରସାଦ ନାୟକ ଯୋଗ ଦେଇ ଅଂଶଗ୍ରହଣ କରିଥିବା ଗର୍ଭବତୀ ଓ ପ୍ରସୁତୀ ମା ମାନଙ୍କୁ ଏକ ପୋଷଣ ଖାଦ୍ୟ କିଟ୍ ପ୍ରଦାନ କରିଥିଲେ । ଆଗାମି ଦିନ ମାନଙ୍କ ରେ ସ୍ୱାତୀ ଏବଂ ରୋଟାରୀ ମିଳିତ ଭାବରେ କିପରି ସମାଜ ର ସେବା ଦେଇପାରିବ ସଭାପତି ବିପ୍ର ଚରଣ ପାତ୍ର କହିଥିଲେ । ଏହି କର୍ମଶାଳା ରେ ଏକ ସନ୍ତୁଳିତ ଆହାର ର ପ୍ରଦର୍ଶନୀ ସହିତ ଭିଡିଓ ମାଧ୍ୟମରେ କନ୍ଧମାଳ ର କୁପୋଷଣ ଏହାର ପ୍ରତିକାର ଉପରେ ଛୋଟ ଫିଲ୍ମି ପରିବେଶଣ ସ୍ୱାତୀ ତରଫରୁ କରାଯାଇଥିଲା । ଏବଂ କାର୍ଯ୍ୟକ୍ରମ କୁ ସ୍ୱାତୀ ର ପ୍ରଦୀପ୍ ସ୍ୱାଈଁ ପରିଚାଳନା କରିଥିବା ବେଳେ ଆଲୋକ ସାମନ୍ତରାଏ, ଶଶ୍ମିତା ବେହେରା, ମାମିନା ଦିଗାଲ, ଗିତାଞ୍ଜଳି ମୁଖି, ବିପ୍ର ଚରଣ ସାହୁ , ଗୈାତମ ମଲ୍ଲିକ ଓ ସବିତା ମହାକୁଡ ସହଯୋଗ କରିଥିଲେ । ପରିଶେଶ ରେ ସ୍ଥାନୀୟ ମୁରବୀ ଘନ ସବର କାର୍ଯ୍ୟକ୍ରମକୁ ସୁପରିଚାଳନା ରେ ନିଜର ସହଯୋଗ ର ହାତ ବଢାଇଥିଲେ ।

nis-ad
Leave A Reply

Your email address will not be published.