ଭରତପୁର ଥାନାରେ ଭାରତୀୟ ସେନାଙ୍କୁ ନିର୍ଯ୍ୟାତନା ନେଇ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କଲା ଉତ୍କଳୀୟମ ଫାଉଣ୍ଡେସନ

ଭୁବନେଶ୍ୱର : ବର୍ତ୍ତମାନ ସମଗ୍ର ଭାରତବର୍ଷରେ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଓଡିଶାର ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ଅନ୍ତର୍ଗତ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିବା ଭାରତୀୟ ଆର୍ମୀର ମେଜର ଗୁରୁବଂଶ ସିଂହ ଓ ତାଂକ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ଦେବା ଘଟଣା l କାରଣ ସେମାନଙ୍କୁ କିଛି ଯୁବକ ଆକ୍ରମଣ ଘଟଣାକୁ ନେଇ ଥାନାକୁ ଆସିଥିବା ବେଳେ, ଏହିଭଳି ନିର୍ଯ୍ୟାତନା ପାଇବା ନିନ୍ଦାର ବିଷୟ ଅଟେ ଓ ଉକ୍ତ ଘଟଣାକୁ ନେଇ ଯୁବ ଆଇନଜୀବି ତଥା ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ରାଜିବ ଲୋଚନ ପ୍ରଧାନ ଭାରତୀୟ ମାନିବକ ଅଧିକାର କମିଶନ, ନୂଆଦିଲ୍ଲୀରେ ଏକ ମାମଲା ରୁଜୁ କରିଥିବା ବେଳେ, ଯାହାର କେଶ ଡାଏରୀ ନଂବର – 15601/IN/2024 ଅଟେ I ଏଥିରେ ସେ କୋର୍ଟରେ ପାର୍ଥନା କରିଛନ୍ତି କି, ଉକ୍ତ ଘଟଣାରେ ଜଡିତ ଦୋଷୀ ସହ ନିର୍ଯ୍ୟାତନା ଦେଇଥିବା ପୋଲିସ ଅଧିକାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ଓ ଅର୍ମୀ ଅଫିସର ଓ ତାଂକ ବାନ୍ଧବୀଙ୍କୁ ଭାରତପୁର ପୋଲିସ ପ୍ରଶାସନ ର୍ନିସର୍ତ୍ତ କ୍ଷମା ମାଗିବା ସହ ତାଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ l ଉତ୍କଳୀୟମ ଫାଉଣ୍ଡେସନର ଏହି ପଦକ୍ଷପକୁ ସମସ୍ତ ଜନସାଧାରଣ ସାଧୁବାଦ ଦେବା ସହ ଉତ୍କଳୀୟମ ଫାଉଣ୍ଡେସନ ସର୍ବଦା ଅବହେଳିତଙ୍କର ସ୍ୱର ହୋଇ କାର୍ଯ୍ୟ କରୁଅଛି ବୋଲି ଜନସାଧାରଣ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.