କୃଷି ବିଭାଗ ପକ୍ଷରୁ ବିହନ ସଠିକ୍ ସମୟରେ ମିଳୁ ନଥିବା ନେଇ ଅଭିଯୋଗ

ଦାରିଙ୍ଗବାଡି,୨୯/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ବିଳମ୍ବରେ ବିହନ ପ୍ରଦାନ ଓ ଆଗ୍ରହୀ ଚାଷୀଙ୍କୁ ବିହନ ମିଳୁନଥିବା ନେଇ ବ୍ଲକ କୃଷି ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ଜୀବିକା ସୁରକ୍ଷା ମଞ୍ଚ । ଦ୍ଵିତୀୟ ଫସଲ ପାଇଁ ଆସିଥିବା ବିହନ ଚାଷୀ ଙ୍କୁ ବିଳମ୍ବରେ ବଣ୍ଟନ କରାଯାଉଥିବା ସହ ଆଗ୍ରହୀ ଚାଷୀ ଙ୍କୁ ବିହନ ପ୍ରଦାନ କରାଯାଉନାହିଁ । ଯାହାରି ଫଳରେ ଚାଷୀ ଚାଷ କାମ କରିବା ପାଇଁ ଆଉ ଇଚ୍ଛା ପ୍ରକାଶ କରୁନାହିଁ । ଏପରିକି ସରକାରୀ ଯୋଜନା ମଧ୍ୟ ଚାଷୀ ଙ୍କୁ ନିକଟରେ ସଠିକ୍ ଭାବେ ପହଞ୍ଚି ପାରୁ ନାହିଁ । ଚାଷୀ ଙ୍କ ପାଖରେ ଅଧିକାରୀ ମାନେ ସଠିକ୍ ଭାବେ ପହଞ୍ଚୁ ନଥିବା ବେଳେ କୃଷକ ସାଥୀ ମାନେ ସେମାନଙ୍କ କାର୍ଯ୍ୟ ସଠିକ୍ ଭାବେ କରୁନାହାନ୍ତି । ଯାହାରି ଫଳରେ ଚାଷୀ ଏବେ ହତାଶ । ଅଧିକାରୀ ମାନେ ଖାଲି କାର୍ଯ୍ୟାଳୟରେ ବସି ରହୁଛନ୍ତି । ବିହନ ଆସି ମାସ ମାସ ବିତିଯାଉଥିଲେ ସୁଧା ତାହା ଚାଷୀ ଙ୍କ ସଠିକ୍ ସମୟରେ ପହଞ୍ଚି ପାରୁ ନାହିଁ। ବିଳମ୍ବରେ ପହଞ୍ଚିବା ଫଳରେ ଚାଷୀ ଚାଷ କରିବାରେ ଅସୁବିଧା ହେଉଛି । ହେଲେ ବିଳମ୍ବରେ ବିହନ ମିଳିବା ଫଳରେ ଚାଷୀ ଚାଷ କରିବାରେ ସମସ୍ୟା ହେଉଛି । ଏଣୁ ଶୀଘ୍ର ବିହନ ବଣ୍ଟନ କରାଯିବା ସହ ସମସ୍ତ ଚାଷୀଙ୍କୁ ବିହନ ପ୍ରଦାନ କରିବା ପାଇଁ ଜୀବିକା ସୁରକ୍ଷା ମଞ୍ଚ ଦାବି କରିଛି । ଦାବିପତ୍ର ଦେବା ସମୟରେ ମଞ୍ଚ ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ଶଶିକାନ୍ତ ପ୍ରଧାନ, ବିଳାସିନୀ ନାୟକ, ସୁଧାକର ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.