ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଯୁବକ ଗୁରୁତର ଆହତ.. !

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପରତାପୁର ପଞ୍ଚାୟତ ଅନ୍ତର୍ଗତ ପୋଗ୍ରାପୋଷ ଜନ ସେବା କେନ୍ଦ୍ର ସମ୍ମୁଖ ରାସ୍ତା ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଯୁବକ ଗୁରୁତର ଆହତ ହୋଇଛନ୍ତି ! ସୁବାସ ମିରୀ ୨୩ ବର୍ଷ ବାଇକ ନମ୍ବର OD 14A B0290 ରୁ ବୀରମିତ୍ରପୁର ପଟୁ ନିଜ ଘର ରାଏବଗା ପଞ୍ଚାୟତ ଅନ୍ତର୍ଗତ ଖେରବାହାର ଫେରୁଥିବା ବେଳେ ବିପରୀତ ଦିଗରୁ ଆକାଶ ବିଷ୍କର୍ମା ୨୦ ବର୍ଷ ଓ ଦୀପକ ଟୋପପୋ ୨୨ ବର୍ଷ କୁଆଁରମୁଣ୍ଡା ଅଞ୍ଚଳର ରାଏବଗାରୁ ନିଜ ଘରକୁ ଯାଉଥିବା ବେଳେ ବାଇକ ନମ୍ବର OD 14A E0470 ନିଜର ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଯୁବକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ! ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଡକାଇ ରାଏବଗା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ! ଫାର୍ମାସିଷ୍ଟ ପ୍ରଦିପ ମଙ୍ଗରାଜ ଓ ସରୋଜ ମିଞ୍ଜ ପ୍ରାଥମିକ ଚିକିତ୍ସା କରିବା ପରେ ସେହି ଆମ୍ବୁଲାନ୍ସ ଯୋଗେ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ! ସେଠାରେ ଡାକ୍ତର ସୁବାସ ମିରିର ମୁଣ୍ଡରେ ଅଧିକ ଆଘାତ ହେଇଥିବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି !

nis-ad
Leave A Reply

Your email address will not be published.