ପାଗ ଅନୁକୂଳ ଦେଖି ଆଜି ବିଜେଡ଼ି ରେ ଯୋଗ ଦେଲେ ପାଣ୍ଡିଆନ….


ଆସିକା ରୁ ନିର୍ବାଚନ ଲଢ଼ି ପାରନ୍ତି ପାଣ୍ଡିଆନ..!
ଭୁବନେଶ୍ୱର: ୨୭-୧୧ ରାଜ୍ୟ ରାଜନୀତି ରେ ଏବେ ନୂଆ ସମିକରଣ ଦେଖିବାକୁ ମିଳିବ। ଫାଇବ-ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛା କୃତ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ରେ ହଟ ଚମ୍ପଟ ଦେଖିବାକୁ ମିଳିଥିଲା।ଆଜି ବିଧିବଦ୍ଧ ଭାବେ ପାଗ ଅନୁକୂଳ ଦେଖି ବିଜେଡ଼ି ମୁଖିୟା ଙ୍କ ଉପସ୍ଥିତି ରେ ବିଜେଡ଼ି ରେ ଯୋଗ ଦେଇଛନ୍ତି।ଆଗାମୀ ସାଧରଣ ନିର୍ବାଚନ ରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ସିଧା ସଳଖ ନିର୍ବାଚନ ଲଢ଼ିବା ପାଇଁ ବ୍ଲୁପ୍ରିଣ୍ଟ ତିଆରି ହୋଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆସିକା ରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତି ଜୀବନ ଆରମ୍ଭ କରିଥିଲେ। ଚର୍ଚ୍ଚା ହେଉଥିବା କଥା ସତ ହୁଏ ତାହା ହେଲେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଯଦି ପାଣ୍ଡିଆନ ନିର୍ବାଚନ ଲଢ଼ିବେ ତାହା ହେଲେ ତାଙ୍କ ପାଇଁ ଏହି ଆସନ ସୁରକ୍ଷିତ ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ଏବେ ଠାରୁ ଅଙ୍କକଶା ଆରମ୍ଭ କରିଦେଲେଣି।ନବୀନବାବୁ ଙ୍କ ନିକଟରେ ଛାଇ ଭାବେ ରହି ଲୋକଙ୍କ ପାଖରେ ଲୋକପ୍ରିୟ ହୋଇ ପାରିଛନ୍ତି ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ର ମୁକୁଟ କାହାକୁ ମିଳିବ ସଧାରଣ ଜନତା ଓ ନେତା ମାନେ ଚାତକ ପରି ଚାହିଁ ବସିଛନ୍ତି।ବିଜେଡ଼ି ଦଳର ସର୍ଭେ ଯଦି ଠିକ ହେବ ତାହା ହେଲେ ଆସିକା ଆସନ ସୁରକ୍ଷିତ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ପାଣ୍ଡିଆନ ଯଦି ଆସିକା ରୁ ନିର୍ବାଚନ ଲଢ଼ିବେ ଆଶାୟୀ ଙ୍କ ମଧ୍ୟ ରେ ଏବେ ଠାରୁ ଭାଳେଣି ପଡ଼ିଥିବା ନେଇ ରାଜନୈତିକ ମହଲ ରେ ଚର୍ଚ୍ଚା ହେଲାଣି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳ ରୁ ତଡା ଖାଇବା ପରେ ଗଞ୍ଜାମ ଜିଲ୍ଲା ରେ ବିଜେଡ଼ି ର ମଙ୍ଗ ଧରିବାକୁ ତୁଙ୍ଗ ନେତାଙ୍କ ଅଭାବ ଏବେ ପୁରଣ ହେବ ବୋଲି ରାଜନୈତିକ ପଣ୍ଡିତ ମନେ ମତ ପୋଷଣ କରୁଛନ୍ତି। ଏବେ ଦଳ ମୁଖିଆ ଙ୍କ ନିକଟ ତର ଓ ବିଶ୍ଵସ୍ଥ ଅଛନ୍ତି ଭି.କେ ପାଣ୍ଡିଆନ କଣ ସେ ଏବେ ବିଜେଡ଼ି ର ଚାଣକ୍ୟ ଭୂମିକା ନେବେ କି ? ବୋଲି ରାଜ୍ୟବାସୀ ଚାହିଁ ବସିଛନ୍ତି।

nis-ad
Leave A Reply

Your email address will not be published.