ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦ‌ଯାପିତ…

ହିଞ୍ଜିଳିକାଟୁ୨୬!୧୧ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମାଁ ମହୁରି କାଳୁଆଙ୍କ ଯାତ୍ରା ଉଦ‌ଯାପିତ ରଵିବାର ହୋଇଯାଇଛି। ରବିବାର ଅସ୍ଥାୟୀ ମନ୍ଦିରରୁ ମା’ଙ୍କୁ ବିଦାୟ ଦିଆଯାଇଛି। ପ୍ରଥମ ଦିବସ ୧୯ ତାରିଖରେ ମା’ଙ୍କୁ ଆବାହନ ପରେ ପ୍ରତି ସନ୍ଧ୍ୟାରେ ବିରାଟ ପଟୁଆରରେ ମା’ଙ୍କୁ ଗ୍ରାମ ପରିକ୍ରମା କରାଯାଉଥିଲା । ଶୁକ୍ରବାର ଅନ୍ନଯଜ୍ଞ ହୋଇଥିବା ବେଳେ ଶନିବାର ଗ୍ରାମର ବିଭିନ୍ନ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରବିବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା। ଗ୍ରାମର ବିଭିନ୍ନ ସାହିରେ ଅସ୍ଥାୟୀ ଦୋକାନବଜାର ଗଢି ଉଠିଥିଲା। ରବିବାର ମଧ୍ୟାହ୍ନରେ ମା’ ମହୁରୀକାଳୁଆଙ୍କୁ ନଗର ପରିକ୍ରମା
ପରେ ଅବିର ଖେଳ ସହ ମେଲାଣି ଦିଆ ଯାଇଥିଲା। ଯାତ୍ରା ପରିଚାଳନା କମିଟି ସଭାପତି ନିଳମଣୀ ପଟ୍ଟନାୟକ,ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାଷଚନ୍ଦ୍ର ପୋଲାଇ, ପୂଜା କମିଟି ସଭାପତି ସୁନିଲ ନାହାକ, ପ୍ୟାରୀମୋହନ ପାଢି, କିରଣ ନାହାକ, , ଯୁଧୁଷ୍ଠିର ସ୍ବାଇଁ, ଯୋଗିନ୍ଦ୍ର ଖାଡ଼ଙ୍ଗା, ସନାତନ ନାହାକ, କିରଣ ପଟ୍ଟନାୟକ, କୃଷ୍ଣ ସାହୁ, ବିଜୟ ନାହାକ, ରାଜାରାମ ସ୍ବାଇଁ, ସନ୍ତୋଷ ମହାରଣା, ସଞ୍ଜୟ କୁମାର ସ୍ବାଇଁ, ରବିନ୍ଦ୍ର ପଣ୍ଡାଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମକରା ମା’ଙ୍କୁ ମେଲାଣି ଦେଇଥିଲେ । ଶାନ୍ତିଶୃଙ୍ଖଳା ସକାଶେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି ଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

nis-ad
Leave A Reply

Your email address will not be published.