ଦେବଗଡ଼,୨୬ା୧୧: ଦେବଗଡ ପୌରାଂଚଳ ୩ ନମ୍ବର ୱାର୍ଡ ମଠସାହିର ଜଣାଶୁଣା ବ୍ୟକ୍ତି ତଥା ବିଚାର ବିଭାଗର ଅବସରପ୍ରାପ୍ତ ବରିଷ୍ଠ କିରାଣି ଓ ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖରଙ୍କ ପିତା ପ୍ରଫୁଲ୍ଲ ଝାଙ୍କର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କର ବିୟୋଗରେ ଦେବଗଡ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସ୍ୱର୍ଗତଃ ଝାଙ୍କର କିଛିମାସ ହେଲା ଜଣ୍ଡିସ ରୋଗରେ ପୀଡିତ ଥିବା ବେଳେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ମଠସାହି ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ସହ ଧର୍ମୀଣି ଶାନ୍ତି ଶିଲା ଝାଙ୍କର, ପୁତ୍ର ଶଶାଙ୍କ ଓ ଚନ୍ଦ୍ରଶେଖର , ଦୁଇ ପୁତ୍ରବଧୂ ଓ ନାତି ନାତୁଣି ମାନେ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବାପରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ,ପୂର୍ବତନ ବିଧାୟକ ସଞ୍ଜୀବ କୁମାର ପ୍ରଧାନ, ଉପ ନଗରପାଳ ପ୍ରଜିତ କୁମାର ଭୋଜ, ପୂର୍ବତନ ନଗରପାଳ ସୁଶୀଳ କୁମାର କପରଦାର, ସୁଧୀର କପରଦାର ଜିଲା କ୍ରିକେଟ ଏସୋସିଏସନର ସଂସଦର ସାଧାରଣ ସମ୍ପାଦକ ଇଂ. ସୁଜିତ କୁମାର ପ୍ରଧାନ,ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥି ଓ ବରିଷ୍ଠ ଆଇନଜୀବୀ ଦିଲ୍ଲିପ କୁମାର ଗୁରୁ, ସଚିକାନ୍ତ ଦାଶ, ଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀ , ସାହିତ୍ୟିକ, ବରିଷ୍ଠ ନାଗରିକ ବିଚାର ବିଭାଗୀୟ କର୍ମଚାରୀ ଓ ସାମ୍ବାଦିକ ମାନେ ଉପସ୍ଥିତ ରହି ଅନ୍ତିକ ଦର୍ଶନ କରିବାସହ ସୁଦ୍ଦା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତଃ ଝାଙ୍କରଙ୍କ ଭାଇ ପବିତ୍ର ଝାଙ୍କର ଓ ସାତ ଭଉଣୀ, ଚାରି ଝିଅ ମଧ୍ୟ ସେଠାରେ ପହଂଚି ଅନ୍ତିମ ଦର୍ଶନ କରିଥିଲେ । ଏକ ସଂକୀର୍ତନ ଶୋଭାଯାତ୍ରାରେ ପ୍ରଧାନପାଟ ସ୍ଥିତ ସ୍ୱର୍ଗଦ୍ୱାରକୁ ନେବାପରେ ଅପରାହ୍ନରେ ତାଙ୍କର ଅନ୍ତିକ ସଂସ୍କାର କରାଯାଇଥିଲା । ନାତି (ବଡ ପୁଅ ଶଶାଙ୍କଙ୍କ ପୁତ୍ର )ସ୍ୱୟଂଶ୍ରୀ ଝାଙ୍କର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ଝାଙ୍କର ଜୀବନ କାଳ ମଧ୍ୟେ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ଦେବଗଡ ସହରେ ପରିଚିତ ଥିଲେ । ସେହିପରି ବିଭିନ୍ନ ସାମାଜିକ ଓ ସାସ୍କୃତିକ ସଂଗଠନ ସହିତ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରୁ ଶୋକ ବ୍ୟକ୍ତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post