ସାଇପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ…


ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ସ୍ଥିତ ସାଇ ପ୍ରଭୂଜୀ ଗ୍ଲୋବାଲ ଇଂଲିଶ ମିଡିୟମ ସ୍କୁଲ୍ ର ଦ୍ଵିତୀୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଶିକ୍ଷାବିତ୍ ଡକ୍ଟର ବିଚିତ୍ରାନନ୍ଦ ଆଚାର୍ଯ୍ୟ ଏବଂ ମୂଖ୍ୟବକ୍ତା ଭାବେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ.ମଧୁସୁଦନ ମହାପାତ୍ର ଯୋଗଦେଇଥିବା ବେଳେ ସାଇ ପ୍ରଭୂଜୀ ଗ୍ଲୋବାଲ ସ୍କୁଲ୍ ର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର ଏବଂ ପିଟିଏ ସଭାପତି ଗୀତା ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଉତ୍ତମ ମାନର ଶିକ୍ଷାଦାନ ପଦ୍ଧତି ଓ ଆନୁଷଙ୍ଗିକ ବ୍ୟବସ୍ଥା କୁ ଉଚ୍ଚ ପ୍ରଶଂସା କରିଥିଲେ l ସ୍କୁଲ ରୁ କିଭଳି ଅଧିକ ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ବାହାରିବେ ସେନେଇ ସ୍କୁଲ୍ କତୃପକ୍ଷ ଙ୍କ ପ୍ରଚେଷ୍ଟା କୁ ଉଚ୍ଚ ପ୍ରଶଂସିତ କରିଥିଲେ ଅତିଥିଗଣ l ସ୍କୁଲର ଅଧ୍ୟକ୍ଷ ଶ୍ରୀ ମିଶ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କଳାକାର ତଥା ଶିକ୍ଷାବିତ୍ ସନ୍ତୋଷ କୁମାର ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.