ବ୍ଲକସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀ…


ଫୁଲବାଣୀ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀଠାରେ ଆଜି ସରକାରୀ ସ୍ତରରେ ବ୍ଲକ ସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ଦୀପ ପ୍ରଜ୍ବଳନ ପୂର୍ବକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରଞ୍ଜନ କୁମାର କହଁର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି(ବି.ଇ.ଓ)ଙ୍କ ସମେତ ସମ୍ମାନିତ ଅତିଥି ଅମୂଲ୍ୟ କୁମାର ଜେନା (ଏ.ବି.ଇ.ଓ)ଏବଂ ପ୍ରକାଶଚନ୍ଦ୍ର ବଳିଆର ସିଂ(ଏ.ବି.ଇ.ଓ),ମୁଖ୍ୟ ବକ୍ତା ଧନେଶ୍ୱର କହଁର(ଏ.ବି.ଇ.ଓ),ସନ୍ତୋଷ କୁମାର ରଥ,ପ୍ରତାପ ଚନ୍ଦ୍ର ସାହୁ ଓ କୈଳାସ ସ୍ୱାଇଁ ଜୁରୀ ଭାବରେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ମୋଟ ୧୫୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବ୍ଲକର ସମସ୍ତ ସି.ଆର.ସି ,ସହାୟକ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଫୁଲବାଣୀ ସଂସ୍କୃତ ସେବାଶ୍ରମର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥଙ୍କ ସଂଯୋଜନାରେ ତଥା ସମସ୍ତ ସି.ଆର.ସି ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।କାର୍ଯ୍ୟକ୍ରମର ବୃତ୍ତ କଥନ ଅମୂଲ୍ୟ କୁମାର ଜେନା ଉପସ୍ଥାପନ କରିଥିଲେ।ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ବି.ଇ.ଓ ରଞ୍ଜନ କୁମାର କହଁର ଅତିଥି ଅଧିକାରୀଙ୍କ ସମେତ ଉପସ୍ଥିତ ବାଲ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ 5 ଜଣ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ବିଭାଗରେ ପ୍ରକଳ୍ପ ମନୋନୀତ ହୋଇଥିଲା।ସେଥିରୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଆଦ୍ୟାଶା ଶତପଥୀ,ପବ୍ଲିକ ସ୍କୁଲଫୁଲବାଣୀର ପ୍ରଜ୍ଞା ପରିମିତା ସାହୁ,ସଂସ୍କୃତ ବିଦ୍ୟା ପୀଠ ଫୁଲବାଣୀର ଲିଙ୍କନ ଭୋଇନା, ସରକାରୀ ୟୁ.ପି.ଏସ ଗଞ୍ଜୁଗୁଡ଼ାର ଶଶାଙ୍କ କହଁର ଏବଂ ଶ୍ରୀ ସତ୍ୟସାଇ ବିଦ୍ୟାଳୟର ସରଫରାଜ୍ ଖାଁ ପୁରସ୍କୃତ ହୋଇଥିଲେ l

nis-ad
Leave A Reply

Your email address will not be published.