ଶୁନ୍ୟ ହାନି ନିମନ୍ତେ ସୁରକ୍ଷା ପଦଯାତ୍ରା…

ହିଞ୍ଜିଳିକାଟୁ ୨୪!୧୧ ହିଞିଳିକାଟୁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବିଦ୍ୟୁତ୍‍ ଦ୍ୟାରା ଶୂନ୍ୟ ହାନି ନିମନ୍ତେ ସୁରକ୍ଷା ଓ ସଚେତନତା ପଦଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ପାୱାରର ହିଞିଳିକାଟୁ ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପଣ୍ଡା ଙ୍କ ତତ୍ବାବଧାନରେ ଆୟୋଜିତ ପଦଯାତ୍ରା ହିଞିଳିକାଟୁ ଆର ଏମସି ନିକଟ ଡିଭିଜନ କାର୍ଯ୍ୟାଳୟ ରୁ ବାହାରି ହିଞିଳିକାଟୁ ବିଜୁପଟ୍ଟନାୟକ ଛକ ଦେଇ ବ ଇଁଚବଣଇଆ ଛକ, ଆଙ୍କୋରଡା,କେଉଟସାହି , ରାଜାସାହି ବସଷ୍ଟାଣ୍ଡ ଦେଇ ପୁଣି କାର୍ଯ୍ୟାଳୟ କୁ ପଦଯାତ୍ରା ହୋଇଥିଲା । ଏହି ସଚେତନତା ପଦଯାତ୍ରାରେ ଦୈନନ୍ଦିନ ଜୀବନରେ ବିଦ୍ୟୁତ୍‍ ବ୍ୟବହାର କରିବା ସମୟରେ ବିଦ୍ୟୁତ୍‍ ଦୁର୍ଘଟଣାକୁ ଏଡାଇବା ପାଇଁ କିପରି ସାବଧାନତା ଅବଲମ୍ବନ କରିବାକୁ ପଡିବ ଓ ଜନସାଧାରଣ ଙ୍କ ସହ ସମସ୍ତ କର୍ମଚାରୀ ମାନଙ୍କର କୈଣସି ପ୍ରକାର କ୍ଷତି ନଂ ହେବା ନିମନ୍ତେ ଶୁନ୍ୟ ହାନି ନିମନ୍ତେ ପ୍ଲାକାର୍ଡ ଧରି ହିଞିଳିକାଟୁ ସହରରେ ସଚେତନତା ରାଲି କରିଥିଲେ । ଏହି ଅବସରରେ ବିଦ୍ୟୁତ୍‍ ସୁରକ୍ଷା ଓ ସଚେତନତା ସଂପର୍କିତ ସଚେତନତା କରାଯାଇଥିଲା ।ଏହି ସୁରକ୍ଷା ପଦଯାତ୍ରା ରେ ହିଞିଳିକାଟୁ ଡିଭିଜନ ସେକ୍ସନ ଅଧିକାରୀ ସମ୍ବିତ ସାମଲ, ସହକାରୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ଦାଶ, କଞ୍ଚୁରୁ ଯନ୍ତ୍ରୀ ବିଦୁର ବେହେରା, ପ୍ରକଳ୍ପ ଯନ୍ତ୍ରୀ ସୁମିତ ସେନ,ଲାଇନମ୍ୟାନ ଶ୍ରୀକାନ୍ତ ମହାନ୍ତି, ଅକ୍ଷୟ କୁମାର ମିଶ୍ର, ସୁପରଭାଇଜର ସଚିତ୍ର ସାହୁଙ୍କ ସହ ୫୦ଜଣ କର୍ମଚାରୀ ପଦଯାତ୍ରାରେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.