ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : ଆଗାମୀ ନିର୍ବାଚନରେ ନୂତନ ଭୋଟରଙ୍କ ମତଦାନକୁ ସୁନିଶ୍ଚିତ କରିବାପାଇଁ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମି ନିର୍ବାଚନ ପୂର୍ବରୁ ମତାମତ ସାବ୍ୟସ୍ତ କରିବାକୁ ଯୋଗ୍ୟ
ବିବେଚିତ ହେଉଥିବା ସମସ୍ତ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ , ଭୋଟର ତାଲିକାରେ ସଂଶୋଧନ , ଭୋଟର ତାଲିକାରୁ ନାମକୁ ବାଦ ଦେବା ସହିତ ଯେପରି କୌଣସି ଭୋଟର ମତଦାନ ସାବ୍ୟସ୍ତ କରିବାର ଅଧିକାରରୁ ବଞ୍ଚିତ ନହୁଏ ସେଥିପ୍ରତି ସଚେତନତା ସୃଷ୍ଟି କାଇବା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଚକାପାଦ ବ୍ଲକର ଉନ୍ନୟନ ଅଧିକାରୀ ହୃଦାନନ୍ଦ ସାହୁ, ସମିତି ସଭ୍ୟ କିରପ ପ୍ରଧାନ, ପିଇଏସଏ ମକରନ୍ଦ ଦିଗଳ , ସୁପରଭାଇଜର ଗୋବିନ୍ଦ ଚନ୍ଦ୍ର ନାୟକ, ବୁଥ ସ୍ତରୀୟ ଅଧିକାରୀ ସୁରେଶ କୁମାର ପାତ୍ର, ସୁରେସନ ମଲ୍ଲିକ, ସବିତା କୁମାରୀ ନାୟକ, ସନ୍ତୋଷ କୁମାର ସାସମଲ ଏବଂ ନରସିଂହ ଡାକୁଆ କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

nis-ad
Leave A Reply

Your email address will not be published.