ବହୁଭାଷୀ କବି ସମ୍ବର୍ଦ୍ଧନାରେ କନ୍ଧମାଳର କୁଈ କବି ସମ୍ବର୍ଦ୍ଧିତ…

ଫୁଲବାଣୀ : ଭୁବନେଶ୍ୱର ସ୍ଥିତ ଅନୁସୂଚିତ ଜାତି ଏବଂ ଜନ ଜାତି ଗବେଷଣା କେନ୍ଦ୍ରଠାରେ ଜନଜାତୀୟ ଗୌରବ ଦିବସ ସମାରୋହ ଅବସରରେ , ସହୀଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଦିନ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବହୁ ଭାଷୀ ଜନଜାତି କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କୁଇ, ସଉରା, ବିଂଝାଲ୍ , କୋୟା, କୋରାପୁଟ ଦେଶୀୟା, ଗଦବା,ଗଣ୍ଡି ଇତ୍ୟାଦି ଭାଷାରେ କବିମାନେ କବିତା ପାଠ କରିଥିଲେ। ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି , ପ୍ରଖ୍ୟାତ କବି ତଥା ପୁରୀ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ବେନେହୁର୍ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ, ଆସିଷ୍ଟାଣ୍ଟ୍ ଡାଇରେକ୍ଟର ସମରେନ୍ଦ୍ର ଭୂତିଆ , ଉପ ନିର୍ଦ୍ଦେଶକ ସନ୍ତୋଷ ରଥ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ସମରେନ୍ଦ୍ର ଭୂତିଆ ସ୍ଵାଗତ ଅଭିଭାଷଣ ଦେଇ ଥିବା ବେଳେ ସୁଶ୍ରୀ ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗବେଷଣା କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା କହିଥିଲେ ଭାବ ବିହ୍ଵଳତା ହିଁ ଜଣକୁ କବି କରି ଗଢ଼ି ତୋଳେ। ଆଦ୍ୟରୁ ହିଁ ଆଦିବାସୀ ମାନେ କବି ପ୍ରତିଭାର ଅଧିକାରୀ। ପ୍ରକୃତିର କୋଳ ହିଁ ଆଦିବାସୀଙ୍କୁ କବି କରି ଗଢ଼ି ତୋଳିଛି କେଉଁ ଆଦି ଅନାଦି କାଳରୁ। ମୁନି ରୁଷି ମାନେ ପର୍ବତ, ଝରଣାଆଦି ପ୍ରାକୃତିକ ପରିବେଶ ନିକଟରେ ବସବାସ କରି ସାହିତ୍ୟ ସର୍ଜନା କରୁଥିଲେ। ତାହା ଆଦିବାସୀଙ୍କ ନିକଟରେ ହିଁ ଦେଖାଯାଏ। ମାନ୍ୟବର ମନ୍ତ୍ରୀ ସରକାରଙ୍କର ଆଦିବାସୀଙ୍କର ଭାଷା ସୁରକ୍ଷା ଏବଂ ସାହିତ୍ୟ ପାଇଁ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ।ଏହି କବି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲାରୁ ଅନେକ କୁଇ କବି କବିତା ପାଠ କରିଥିଲେ ଏବଂ ସେମାନଙ୍କୁ ମାନପତ୍ର, ଉପଢୌକନ ଏବଂ ସ୍ମୃତି ଉପହାର ଦେଇ ସମ୍ମାନିତ କରାଯାଇଥିଲା। କବି ଦୀନବନ୍ଧୁ କହଁର, ଡା ନୀରଦ ଚନ୍ଦ୍ର କହଁର, ପ୍ରଦୀପ କହଁର, ଗଣପତି ମଲିକ, ବିଶ୍ଵମ୍ଭର ପ୍ରଧାନ, କରୁଣାକର ପ୍ରଧାନ, ଭ୍ରୁଙ୍ଗରାଜ କହଁର ଏବଂ ମେଦିନୀଧର ଜାନୀ କୁଇ କବିତା ପାଠ କରି ଶ୍ରୋତାମାନଙ୍କୁ ବିମୋହିତ କରି ଦେଇଥିଲେ।

nis-ad
Leave A Reply

Your email address will not be published.