ବ୍ରହ୍ମପୁର : ଆସିକାରେ ପତ୍ର ଦିଆନିଆ ରେ ଚାଲିଛି ଜଳ ଯୋଗାଣ | ସାଧାରଣ ଲୋକେ ପାଣି ପାଇଁ ଡହଳ ବିକଳ। ଦୀର୍ଘ ଦିନ ହେଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ସୁବର୍ଣ୍ଣ ପେଟା, ନିରଞ୍ଜନ ନଗର ସମେତ ଆଉ କେତେକ ୱାର୍ଡ ରେ ପାନୀୟ ଜଳ ଯୋଗାଣ କେବଳ ଧର୍ମ କୁ ଆଖିଠାର ସଦୃଶ ହୋଇଛି। ଗୋଟିଏ ବାଲଟି ରେ ପାଣି ଭର୍ତ୍ତି ହେବାକୁ ଅଧ ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି। ଏନେଇ ଜନ ସ୍ୱାସ୍ଥ୍ୟ ବିଭାଗ କୁ ସମସ୍ୟା ନେଇ ଗୁହାରି କରିଲେ ବାବୁ କହୁଛନ୍ତି, ଏନ.ଏ.ସି ପକ୍ଷରୁ ଲକ୍ଷ୍ମୀ ବଜାର ନିକଟରେ ହୋଇଥିବା ସେତୁ ନିର୍ମାଣ ବେଳେ ପାଇପ ଭାଙ୍ଗି ଯାଇଥିବା କଥା। ଆମେ ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଚିଠି ପ୍ରେରଣ କରାଯାଇଛି। ଏପଟେ ବାବୁ ଚିଠି ଲେଖି ଚୁପ ସେପଟେ ବାବୁ ଚିଠି ପାଇ ଚୁପ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସହର ରେ ଚର୍ଚ୍ଚା ହେଉଛି। ପତ୍ର ବିନିମୟ ରେ ଉଭୟ ବାବୁ ସିମିତ ଅଛନ୍ତି। ଲୋକେ ଗୁହାରି କହିବେ କାହାକୁ ପ୍ରତି ଗୃହ ରେ ଅଧିକାରୀ ମିଟର ଲଗାଇବାରେ ବ୍ୟସ୍ତ ଥିବା ବେଳେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ରେ ସେହି ପରି ବ୍ୟସ୍ତତା ଥିବା ଦେଖା ଯାଉନି ବୋଲି ଚର୍ଚ୍ଚା ହେଉଛି। ଆଜି ବି ନବୀନ ବାବୁ ଙ୍କ ନାରା “ପିନେକେ ଲିୟେ ପାନି” ଲୋକମାନେ ଭୁଲି ନାହାନ୍ତି। ଏହି ନାରା ରୁ ନବୀନ ବାବୁ ଆସିକା ରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି। ଆସିକା ରେ ନେତା ମାଳ ମାଳ ଉନ୍ନୟନ କାର୍ଯ୍ୟ ଶୂନ ଭଳି କଥା ଓ ରାଜନୀତି ବେଶି ବୋଲି ଲୋକେ ଆଲୋଚନା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post