ଧର୍ମକୁ ଆଖିଠାର ନୀତିରେ ଚାଲିଛି ଧର୍ମ କଣ୍ଟା..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ଗାଁ ରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ରେ ଭେଜାଲ ସାଙ୍ଗକୁ ଓଜନ ରେ ଠକେଇ ହେଉଥିବା ଅଭିଯୋଗ ହେଉଛି। ଦରଦାମ ବୃଦ୍ଧି ଯୋଗୁଁ ନିମ୍ନ ମାନର ବିଭିନ୍ନ ଖାଦ୍ୟ ସାମଗ୍ରୀ ରେ ଭେଜାଲ ସାଙ୍ଗକୁ ଅଭିନବ ଉପାୟରେ ଠକେଇ ହେଉଛି। କେତେକ ବ୍ୟବସାୟୀ ନୂଆ ତରିକାରେ କମ୍ପୁଟର ଓଜନ ଯନ୍ତ୍ର କୁ ଟେମ୍ପେରିଂ କରି ଓଜନ ରେ ଠକେଇ କରୁଥିବା ମଧ୍ୟ ବିଭିନ୍ନ ଅଞ୍ଚଳ ରୁ ଅଭିଯୋଗ ଆସୁଛି। ବିଭିନ୍ନ ନାମୀ ଦାମୀ କମ୍ପାନି ର ବ୍ରାଣ୍ଡ ରେ ନକଲି ସାମଗ୍ରୀ ମଧ୍ୟ କେତେକ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ରେ ବିକ୍ରି ହେବାର ନଜିର ରହିଛି। ରୀତିମତ କ୍ୱାଲିଟି କ୍ୱାଣ୍ଟିଟି ସମ୍ପର୍କରେ ଖବର ପ୍ରକାଶ ହେଲେ ବି ଜିଲ୍ଲାରେ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ସ୍ଥାନ ଖାଲି ଅଛି ନା ବାବୁଙ୍କୁ ସାଇଲେନ୍ସ ପ୍ଲିଜ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ କୌଣସି ବ୍ଲକ ରେ ନକଲି ସାମଗ୍ରୀ କିମ୍ବା ଓଜନ ରେ ଠକେଇ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହେବାର ନଜର କୁ ଆସିନାହିଁ। ଏପଟେ ମହଙ୍ଗା ମାଡ଼ ସେପଟେ ଓଜନ ଏବଂ ନକଲି ସାମଗ୍ରୀ ଅସଲି ଟଙ୍କା ରେ ଲୋକେ କିଣିବାକୁ ବାଧ୍ୟ ହେଉଛନ୍ତି। ସରକାର ଙ୍କ ରାଜକୋଷ ରୁ ହଜାର ହଜାର ଟଙ୍କା ଦରମା ନେଇ ବାବୁ ମାନେ ଶୀତତାପ ନିୟନ୍ତ୍ରଣ କକ୍ଷରେ ରହୁଥିବା ଯୋଗୁଁ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି, ବୋଲି ସାଧରଣ ରେ ଆଲୋଚନା ହେଉଛି।