ରାଜ ରାସ୍ତାରେ ଗର୍ଜିଲେ ହଜାର ହଜାର ଚାଷୀ :ଦାବି ପୂରଣ ନହେଲେ ଆଗାମୀ ଦିନରେ ମହା ଆନ୍ଦୋଳନର ଚେତାବନୀ…



୫ ଦଫା ଦାବି ନେଇ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ
ସଙ୍ଘ


ଦେବଗଡ଼, ୨୩|୧୧, ପ୍ରତିବାଦ, ଦାବିପତ୍ର ଓ ଦରଖାସ୍ତ ଦେଇ ନିଜର ହକ ମାଗିଛନ୍ତି ଚାଷୀ । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ । ଆଜିର ଆନ୍ଦୋଳନରେ ସାମିଲ ହୋଇଛନ୍ତି ୧୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ । ଦାବି ପୂରଣ ପାଇଁ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ସଭାପତି, ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧି ବେହେରା ଙ୍କ ନେତୃତ୍ଯରେ ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜୟ ଜବାନ, ଜୟ କିଷାନ ନାରାରେ ଜିଲ୍ଲାପାଳଙ୍କ ଅଫିସକୁ ଆସି ବିକ୍ଷୋଭ କରିଛନ୍ତି ହଜାର ହଜାର ଚାଷୀ । ସରକାରୀ ଜମି ଦଖଲରେ ରଖି ଚାଷ କରୁଥିବା ଜମିର ପଟ୍ଟା ପ୍ରଦାନ ସହ ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାରୀ ଓ ସ୍ଥାୟୀ ପଟ୍ଟା, ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଘରଡିହ ପଟ୍ଟା, ଚାଷ ଜମିର କିସମ ପରିବର୍ତନ ଏବଂ ରେଙ୍ଗାଳୀ ବାସଚ୍ୟୁତଙ୍କୁ ବକେୟା ଜମି ପ୍ରଦାନ ଓ ଚିହ୍ନଟ ଦାବି କରାଯାଇଛି ।


ପ୍ରତିଶ୍ମୃତି ଦେଇ ଠକି ଦେଇଛନ୍ତି ସରକାର । ସରକାରୀ ଯୋଜନାରୁ ଆଜି ବି ବଂଚିତ ଅଛନ୍ତି ଶହ ଶହ ଚାଷୀ । ଜମି ହେଉଛି ଚାଷ ଓ ଚାଷୀର ପ୍ରଥମ ଆବଶ୍ୟକତା । କିନ୍ତୁ ଚାଷୀଙ୍କୁ ଜମି ଦେବାରେ ଫେଲ ମାରିଛନ୍ତି ସରକାର । ଗୁଡା ଓ ପତିତ ଜମିରେ ଦୀର୍ଘ ବର୍ଷ ହେଲା ଧାନ ଚାଷ ହେଉଛି । କିନ୍ତୁ କିସମ ପରିବର୍ତନ ହେଉନଥିବାରୁ ଚାଷୀ ଧାନ ବିକ୍ରି କରି ପାରୁନି । ଦିର୍ଘ ବର୍ଷ ପରେ ବି ରେଙ୍ଗାଲୀ ବାସଚ୍ୟୂତଙ୍କୁ ଜମି ପ୍ରଦାନ କରିପାରିନି ଜିଲ୍ଲା ପ୍ରଶାସନ । ସେପଟେ ଆଦିବାସୀ ଲୋକଙ୍କୁ ମିଳି ପାରୁନି ଜଙ୍ଗଲ ଜମି । ଚାଷୀଙ୍କ ଏଭଳି ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରାଯାଇଛି । ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘର ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହ ଆଗାମୀ ଦିନରେ ଦାବି ପୂରଣ ନହେଲେ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ତିବ୍ରତର କରିବାର ଚେତାବନୀ ଦେଇଛି ।

nis-ad
Leave A Reply

Your email address will not be published.