ଫୁଲବାଣୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ଶିଶୁ ବାଟିକା ପକ୍ଷରୁ “ଶିଶୁ ଶିକ୍ଷାରେ ଭାଷା ଓ ଅଙ୍କ ଜ୍ଞାନ” ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଶ୍ରୀ ମୌସୁମୀ ବେହେରା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବ୍ରଜବନ୍ଧୁ ମଲ୍ଲିକ ଶୈକ୍ଷିକ ସଭାପତି ବସୁଦେବ ପ୍ରହରାଜ, ଦୂତୀ କୃଷ୍ଣ ପଣ୍ଡା, ପ୍ରଦୀପ ମହାନ୍ତି, ଦକ୍ଷୀଣ ପୂର୍ବ ସମ୍ଭାଗର ସମ୍ଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ ବାଘ ଉପସ୍ଥିତ ଥିଲେ l ପ୍ରାୟ ୨୫ ଜଣ ପତ୍ର ବାଚନରେ ଅଂଶ ଗ୍ରହଣ କରିଥିଲେ l ସମସ୍ତେ ନିଜର ମତ ପ୍ରଦାନ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ଅନିତା ରାଣୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ପ୍ରାକ୍ ଅଧିବେଶନ ପ୍ରମୁଖ ଶ୍ରୀମତୀ ଅନୀତା ରାଣୀ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.