ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

ରାୟଗଡା : ଭାରତୀୟ ଜନତା ପାର୍ଟି ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ କୁମାର ଉଲ୍ଲକା ଙ୍କ ତତ୍ବାବଧାନ ରେ କାଶୀପୁର ମଣ୍ଡଳ ସଭାପତି ପୁରେନ୍ଦର ନାୟକ , ଟିକିରି ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି ଓ ଡଙ୍ଗାସିଲି ମଣ୍ଡଳ ସଭାପତି ହରିଷ ମୁଦୁଲି ଙ୍କ ନେତୃତ୍ଵରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଜନତା ପାର୍ଟି କାର୍ୟକର୍ତା ୧୭ ଗୋଟି ଦାବି ନେଇ କାଶୀପୁର ବ୍ଲକ ସମୁଖୀନ ବିକ୍ଷୋଭ ପ୍ରଦର୍ଶନ କରି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କାଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି | ଉକ୍ତ ଦାବି ଗୁଡିକ ମଧ୍ୟରେ କାଶିପୁର ବ୍ଲକ୍ ର ଭୂମିହୀନ ଗରିବ ଙ୍କୁ ଜଙ୍ଗଲ ଜମି ପ୍ରଦାନ କରାଯିବା , କାଶିପୁର ବ୍ଲକ ରେ ମନରେଗା ଯୋଜନାରେ ୨୦୦ ଦିନର କାମ ଯୋଗାଇ ଦେବା ବ୍ୟବସ୍ଥା କରାଯିବ , କାଶିପୁର ବ୍ଲକ ରେ ଆଦାନୀ ଗ୍ରୁପ୍ ର ହେବାକୁ ଥିବା କମ୍ପାନୀକୁ କାଶିପୁର ବ୍ଲକ ରେ ସ୍ଥାପନ କରାଯିବା , ଉତ୍କଳ ଆଲୁମିନା କମ୍ପାନୀ ରେ କାଶିପୁର ବ୍ଳକ୍ ର ୮୦ ଭାଗ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବା , କାଶିପୁର ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର ଖୋଲାଯିବା , ବେରୋଜଗାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବେକାରୀ ଭତ୍ତା ବାବଦକୁ ମାସିକ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବା , କାଶିପୁର ବ୍ଲକ ର ଜମିହୀନ ପରିବାର ଙ୍କୁ ଚିହ୍ନଟ କରି ଜଣଙ୍କୁ ଚାରି ଡ଼ିସିମିଲି ଜମିଡ଼ିହ ପ୍ରଦାନ କରାଯିବା , କାଶିପୁର ବ୍ଲକ ରେ ବିହନ ପାଇଁ ଶୀତଳ ଭଣ୍ଡାର ଟିଏ ସ୍ଥାପନା କରାଯିବା , କାଶିପୁର ବ୍ଲକ ରେ ଚାଷୀ ମାନଙ୍କ ପାଇଁ ଜଳ ଯୋଗାଣ ର ସୁବିଧା କରାଯିବା , କାଶିପୁର ବ୍ଲକ ର ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ ଯୋଗାଇ ଦିଆଯିବା , କାଶିପୁର ବ୍ଲକ ରେ ଜାତୀୟ କରଣ ବ୍ୟାଙ୍କ ୧୦ ଗୋଟି ଖୋଲାଯିବା , କାଶିପୁର ବ୍ଲକ ରେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକତା ଅନୁଯାୟୀ ଡାକ୍ତର ଯୋଗାଇ ଦିଆଯିବା , କାଶିପୁର ର ଜଗନ୍ନାଥ ମନ୍ଦିର ଠାରୁ ପଣସ ଗୁଡ଼ା ପର୍ଯ୍ୟନ୍ତ ସମସ୍ତ ସାହିରେ ପିଚୁ ରାସ୍ତା କରାଯିବା , କାଶିପୁର ବ୍ଲକ ର ପ୍ରତ୍ୟେକ ଗ୍ରାମରେ ସୋଲାର ଏବଂ ଟି ଟି ଲାଇଟ୍ ଯୋଗାଇ ଦିଆଯିବା , କାଶିପୁର ବ୍ଲକ ରେ ଏସ୍ ଇ ଏବଂ ଏସ୍ ଟି ମାନଙ୍କୁ ଯେଉଁ ଆବାସିକା ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ତାକୁ ବନ୍ଦ କରି ସ୍ତାୟୀ ବାସିନ୍ଦା ର ପ୍ରମାଣ ପତ୍ର ପ୍ରଦାନ କରାଯିବା , କାଶିପୁର ବ୍ଲକ ରେ ପ୍ରତ୍ୟେକ ଗୋ ପାଳନ ହିତାକାରୀ ଙ୍କୁ ଚୟନ କରି ଗୋଶାଳା ଯୋଗାଇ ଦିଆଯିବା ଓ କାଶୀପୁର ବ୍ଲକ ର ସମସ୍ତ ମଦଭାଟି ସବୁ ବନ୍ଦ କରାଯିବା ଭଳି ଦାବିକୁ ଏକ ଦାବିପତ୍ର ମାଧ୍ୟମ ରେ ମହାମହିମ ରାଜ୍ୟପାଳ ଙ୍କୁ କାଶୀପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଜରୀଆରେ ପ୍ରଦାନ କରାଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ବସନ୍ତ ଉଲ୍ଲକା, ପୁରେନ୍ଦର ନାୟକ , ସନ୍ତୋଷ ମହାନ୍ତି , ହରିଷ ମୁଦୁଲି ,ଚନ୍ଦ୍ର ଶେଖର ଖରା , ଭରତ ଲେଙ୍କା ,କିଶୋର ଦିଶାରି ,ସୁଶାନ୍ତ ପ୍ରଧାନ ,ଟଙ୍କଧର ଝୋଡିଆ , ଲକ୍ଷ୍ମୀକାନ୍ତ ନାୟକ , ତ୍ରିନାଥ ସିଂହ ଦେଓ ,ବଟକୃଷ୍ଣ ନାୟକ ,ଟିନା ବୈଦ୍ୟଙ୍କ ସହ ଭାରତୀୟ ଜନତା ପାର୍ଟି ର ବହୁ ନେତୃବୃନ୍ଦ ସହ କାର୍ୟକର୍ତା ଯୋଗ ଦେଇ ଥିଲେ |

nis-ad
Leave A Reply

Your email address will not be published.