ଦାରିଙ୍ଗବାଡି,୨୩/୧୧ : ବିଜେଡ଼ି ସରକାରରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରର ବିରୋଧରେ ବିଜେପିର ବ୍ଲକ ଘେରାଉ ସହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଦାରିଙ୍ଗବାଡି ଶିବ ମନ୍ଦିରରେ ବିଜେପି କର୍ମୀ ଓ ନେତା ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସରକାର ଙ୍କ ବିଭିନ୍ନ ଦୁର୍ନୀତିର ନାରା ଦେଇ ତିନି ଛକ ଓ ଚାରି ଛକ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିଥିଲେ । ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଙ୍କ ନେତୃତ୍ୱ କ୍ରମେ ମଣ୍ଡଳ ସଭାପତି ସନ୍ତୋଷ ସାହୁ, ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁ, ମିଟୁ ସାହୁ ଙ୍କ ସମେତ ଶତାଧିକ କର୍ମୀ ଘେରାଉ କାର୍ଯ୍ୟକ୍ରରେ ସାମିଲ ହୋଇଥିଲେ । ଆବାସ ଯୋଜନାରେ ଦୁର୍ନୀତି ବନ୍ଦ କରିବା, ଅଯୋଗ୍ୟ ଲୋକଙ୍କୁ ବାଦ୍ ଦେଇ ଯୋଗ୍ୟ ଙ୍କୁ ଆବାସ ଯୋଜନାରେ ସାମିଲ କରିବା, ପିଶି କାରବାର ବନ୍ଦ, ଆବାସ ଯୋଜନାରେ ପ୍ରକୃତ ହିତାଧୀକାରୀଙ୍କ ପାଖକୁ ଟଙ୍କା ନଯାଇ ନଯାଇ ଅନ୍ୟ ଏକାଉଣ୍ଟକୁ ଯାଇଥିବା ଟଙ୍କାର ତଦନ୍ତ କରିବା, ବିଲ ସମୟରେ ହେଉଥିବା ଲାଞ୍ଚ କାରବାର ବନ୍ଦ କରିବା ଭଳି ଦାବି କରିଥିଲେ । ବ୍ଲକ ଘେରାଉ ପରେ ବିଡ଼ିଓ ଗଦାଧର ପାତ୍ର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଶହ ଶହ ଆବାସ ଯୋଗ୍ୟ ହିତାଧୀକାରୀ ଙ୍କ ଆବେଦନ ପତ୍ର ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.