ଦାରିଙ୍ଗବାଡ଼ି ବ୍ଳକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୦/୧୧ : କେନ୍ଦ୍ର ସରକାରଙ୍କ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦାରିଙ୍ଗବାଡ଼ି ପଥପ୍ରାନ୍ତଃ ସୁବିଧା କେନ୍ଦ୍ର ଠାରେ ଏହାର ଆୟୋଜନ କରାଯାଇଥିଲା ।ଏଥିରେ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ସିଡିପିଓ ଅଞ୍ଜଳି ମହାପାତ୍ର,ସରପଞ୍ଚ ଚନ୍ଦ୍ରିକା ମଲିକ ଓ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଉପେନ୍ଦ୍ର ଉତ୍ତରକବାଟ ଯୋଗଦେଇ ବିକାଶ ଭାରତ ସଂଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମର ଆଭିମୁଖ୍ୟ, ଭାରତର ବିକାଶ ପାଇଁ କଣ କରିବାକୁ ପଡ଼ିବ ଓ ବିକଶିତ ଭାରତ ଓ ସୁରକ୍ଷା ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆମର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରି ବୁଝାଇଥିଲେ । ଏହି ଅବସରରେ ପ୍ରଧାନ ମନ୍ତ୍ରୀଙ୍କ ବାର୍ତ୍ତା ବିକାଶ ରଥରେ ଲାଗିଥିବା ଏଲସିଡି ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଫଳ ବ୍ୟକ୍ତି ନିଜ ନିଜର ସଫଳ କାର୍ଯ୍ୟ ନେଇ ସୂଚନା ଦେଇଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ । ଏହାପରେ ସିମନବାଡ଼ି ଗ୍ରାମ ପଞ୍ଚାୟତରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ସଚେତନ ବାର୍ତ୍ତା ଦେଇଥିଲେ ।.

nis-ad
Leave A Reply

Your email address will not be published.