ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ । ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକିବାକୁ ଡିଲ କରୁଥିଲେ ।
କୌଣସି ବିଶେଷ ସୂତ୍ରରୁ ଏସଟିଏଫ୍ ଟିମ୍ ଖବର ପାଇ ଚଢାଉ କରିଥିଲା । ଏବଂ ଉକ୍ତ ସ୍ଥାନରୁ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ମଧ୍ୟ ଜବତ କରାଯାଇଛି । ବାଘ ଦୁଇଟି କୁ କେଉଁ ଜଙ୍ଗଲରୁ ଶିକାର କରାଯାଇଛି । ସେ ନେଇ ଖୋଳତାଡ ଚାଲିଛି ।
![nis-ad](https://i0.wp.com/nisarta.com/wp-content/uploads/2023/05/adv22-copy.jpg?w=1170&ssl=1)