ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ…

saluga-557x430

ଭୁବନେଶ୍ୱର: ଜି.ଉଦୟଗିରିରୁ ଦୁଇ ଦୁଇ ଥରର ବିଧାୟକ ହୋଇଥିବା ସାଲୁଗା ପ୍ରଧାନ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଶ୍ରୀ ପ୍ରଧାନ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସାଲୁଗାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରି ବିଜେଡି ଖେଳିଛି ଆଦିବାସୀ କାର୍ଡ ।

ଆସନ୍ତାକାଲି ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ତା ପୂର୍ବରୁ ଉପବାଚସ୍ପତି ନିର୍ବାଚନ କରାଯିବ । ଆଜି ସାଲୁଗା ପ୍ରଧାନ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୂଚନାଥାଉ କି, ୨୦୦୦ ଏବଂ ୨୦୧୯ରୁ  ନିର୍ବାଚନରେ ବିଧାୟକ ଭାବେ ଜିତିଥିଲେ ସାଲୁଗା । ନାମାଙ୍କନ ପତ୍ର ଦାଖଲ କରି ବିଧାୟକ କହିଛନ୍ତି, ‘ ଦଳର ସଭାପତି ମୋ ଉପରେ ଅସ୍ଥା ପ୍ରକଟ କରିଛନ୍ତି । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା  ପାଇଁ ଚେଷ୍ଟା କରିବି ।  ଶାସକ ଓ ବିରୋଧୀ ଦଳର ମତାମତକୁ ସମ୍ମାନ ଦେବି । ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବି’ ବୋଲି  କହିଛନ୍ତି ସାଲୁଗା ପ୍ରଧାନ ।

ଅନ୍ୟପକ୍ଷେ ବିଜେଡି  ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଉପବାଚସ୍ପତି ପାଇଁ ଯୋଗ୍ୟତା ରହିଛି  । କାରଣ ଦୁଇ ଦୁଇ ଥର ଲୋକେ ମୋତେ ନିର୍ବାଚିତ କରିଛନ୍ତି ।

ସୂଚନାଥାଉ କି, ଗତ ୮ ତାରିଖରେ ରଜନୀକାନ୍ତ ସିଂହ ଉପବାଚସ୍ପତି  ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି ।

nis-ad
Leave A Reply

Your email address will not be published.