ସ୍ୱାଗତ ସମ୍ବର୍ଦ୍ଧନା ଜୈବବିଜ୍ଞାନ ଛାତ୍ରଛାତ୍ରୀଙ୍କୁ

ଫୁଲବାଣୀ : ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟର ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ସ୍ନାତକ ଓ ସ୍ନାତକୋତ୍ତ ର ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବେ ଡ଼ ଅଶୋକ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ତପନ କୁମାର ମିଶ୍ର ଯୋଗଦେଇ ଥିଲେ l ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ରଥ, ବିରୂପାକ୍ଷ ମିଶ୍ର, କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ଅଧ୍ୟାପିକା ମୀରାମ୍ବିକା ଅତିଥି ପରିଚୟ ଦେଇଥିବାବେଳେ ରବିନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ l ଏହିକାର୍ଯ୍ୟ କ୍ରମରେ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୂପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ, ଗଣେଶ ଜଗରଙ୍ଗା, ସୂରଜ ସାସମଲ, ମନୋଜ ଭୋଇ ଯୋଗଦେଇ ଥିଲେ, ଛାତ୍ରୀ ପ୍ରତୁଷା ମହାନ୍ତି, ଛାତ୍ର ଵଲେଶ କଂହର ପରିଚାଳନା କରିଥିଲେ l ଛାତ୍ରୀ ଆଦ୍ୟାଶା ପଟ୍ଟନାୟକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l

nis-ad
Leave A Reply

Your email address will not be published.