୧୨ ଘଣ୍ଟିଆ ବନ୍ଦ ଡାକରା କୁ ନେଇ ସାମ୍ବାଦିକ ସମ୍ମିଳନୀ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା କୋଶଳ ଷ୍ଟେଟ ୟୁଥ ଦେଇଛି ! ଏହାକୁ ନେଇ ହଳଦିଆ ଦଫେଇର ଦୁର୍ଗା ମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ କୋଶଳ ଷ୍ଟେଟ ୟୁଥ ସୂଚନା ଦେଇଥିଲେ ! କମିଟିର ସଂଯୋଜକ ଶ୍ରୀ ସୁମିତ ଦାସ,ରାଜ୍ୟ ସମ୍ପାଦକ ହୃଦାନନ୍ଦ ବେହେରା,ରୋହିତ ଦୀପ ,ସରୋଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ ! ବସ ସେବା,ସ୍କୁଲ, କଲେଜ, ଦୋକାନ ବଜାର ସବୁ ବନ୍ଦ କରାଯିବ ! ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ୍ ରହିବ ! ଏଥିରେ ସ୍ବାସ୍ଥ୍ୟ ସେବା ବାଦ ରହିବ ! ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା କୁ ବିକାଶ କ୍ଷେତ୍ର ରେ ଉପେକ୍ଷା କରୁ ଛନ୍ତି ! ପଶ୍ଚିମ ଓଡ଼ିଶାର ଲୋକମାନେ ଏମ୍ସ ହସ୍ପିଟାଲ ଦାବି କରିଥିଲେ ! ଦାବି ପୂରଣ ହୋଇ ନାହିଁ ! ସରକାର ପଶ୍ଚିମ ଓଡ଼ିଶା କୁ ଜାଣି ବୁଝି ଉପେକ୍ଷା କରୁଛନ୍ତି ! ସେଥି ପାଇଁ ସେ ବନ୍ଦକୁ ସଫଳ କରିବାରେ ସମସ୍ତେ ସହ ଯୋଗ କରିବା ପାଇଁ ନିବେଦନ କରିଚନ୍ତି ସୁମିତ ଦାସ ! ଏହି ଅବସର ରେ କୌଶଳ ଷ୍ଟେଟ ୟୁଥ୍ କମିଟି ର ସାଧାରଣ ସମ୍ପାଦକ ମନୋଜ ସମାସି ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ !

nis-ad
Leave A Reply

Your email address will not be published.