ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଫୁଲବାଣୀ : ଗାନ୍ଧି ସ୍ମୃତି ଭବନ, ସଭାଘର, ଫୁଲବାଣୀ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ଫୁଲବାଣୀ ପୌରପରିଷଦ ଅଞ୍ଚଳର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ l ସନମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ, ଫୁଲବାଣୀ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା , ଚକାପାଦ ବ୍ଲକ ଅଧ୍ୟକ୍ଷ୍ୟ, ପ୍ରଭାଗୀୟ ଶ୍ରମ ଆୟୁକୁ କନ୍ଧମାଳ ଏବଂ ଫୁଲବାଣୀ
ପୌରପରିଷଦ ସ୍ମିତା ରାଣୀ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ଏବଂ ଏଥ‌ିସହିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଟ୍ରେଡ଼ ୟୁନିଅନ କର୍ମକର୍ତା ମାନେ ଉପସ୍ଥିତ ଥିଲେ |

ସହକାରୀ ଶ୍ରମ ଅଧିକାରୀ ବିଶ୍ବ ରଞ୍ଜନ କହଁର ଏବଂ ମୋନାଲିସା ଜେନା କାର୍ଯକ୍ରମକୁ ସଂଚାଳନ କରିଥିଲେ ଏବଂ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବା ସହ ଶ୍ରମିକ ନେତା। ନନ୍ଦକିଶୋର ଦାସ, ଶିବଶଙ୍କର ସାମନ୍ତରା। ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବ୍ଲଳ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୭୦୬ ଜଣ ନିର୍ମାଣ ଶ୍ରମିକଙ୍କୁ ୨,୬୯,୮୩,୬୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି | ସେଥୁମଧ୍ଯରୁ ୩୧୪ ଜଣ ହିତାଧିକାରୀଙ୍କୁ ନିଜ ପିଲାଙ୍କ ଶିକ୍ଷ୍ୟା ସହାୟତା ବାବଦକୁ ୧୮,୯୩,୬୦୦ ଟଙ୍କା, ୨୧୪ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ୧,୦୫,୫୦,୦୦୦ ଟଙ୍କା, ୪୨ ଜଣେ ହିତାଧିକାରୀଙ୍କୁ ପ୍ରସ୍ତୁତି କାଳୀନ ସହାୟତା ବାବଦକୁ ୪,୨୦,୦୦୦ ଟଙ୍କା, ୬୨ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୧,୩୮,୦୦, ୦୦୦ ଟଙ୍କା ଏବଂ ୬୪ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୩,୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯିବା ସହିତ ୧୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମ ଅଧୂଜାରୀ ତେଜ କୁମାର ବାରେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥୁଲା |

nis-ad
Leave A Reply

Your email address will not be published.