ଛାତ୍ରୀ ନିବାସରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…

ମାଲକାନଗିରି ୧୫।୧୧ ଜିଲ୍ଲାରେ ଆଜି ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତଦେହ ଛାତ୍ରୀ ନିବାସରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ମୋଟୁ ତହସିଲ ଅଞ୍ଚଳରେ ଥିବା ମଧୁସୂଦନ ଉଚ୍ଚ ବିଦ୍ୟାଳୟରେ ଗିନିପାଲି ଅଞ୍ଚଳର ଦୁଲା କଞ୍ଜଙ୍କ ଝିଅ ପୂଜା କଞ୍ଜ ନବମ ଶ୍ରେଣୀରେ ପଢୁଥିବା ବେଳେ ଛାତ୍ରୀ ଜଣଙ୍କ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ । ତେବେ ଆଜି ସେ ରହୁଥିବା ହଷ୍ଟେଲ ରୁମ ମଧ୍ୟରେ ଆଜି ହଟାତ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତେବେ ଛାତ୍ରୀ ଜଣକ କାହିଁକି ଏପରି କରିଛନ୍ତି, ଏହା ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ତେବେ ଏନେଇ ଖବର ପାଇ ମୋଟୁ ପୁଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ଏବେ ସଂଦେହ ଘେରରେ ରହିଥିବା ସୂଚନା ମିଳିଛି । ଏହି ବିଦ୍ୟାଳୟରେ ଆଖପାଖ ଅଞ୍ଚଳରୁ ଅନେକ ପିଲେ ପଢ଼ୁଥିବା ବେଳେ ଜଣେ ଛାତ୍ରୀ ହଷ୍ଟେଲ ପରିସର ମଧ୍ୟରେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ତାହାର ଉଚିତ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକ ଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହୋଇଛି । ଅନ୍ୟ ପକ୍ଷରେ ସାଇଣ୍ଟିଫିକ ଟିମ ଆସି ଘଟଣାର ଅଧିକ ତଦନ୍ତ କରିବ ବୋଲି ମଧ୍ୟ ଜଣା ପଡିଛି ।

nis-ad
Leave A Reply

Your email address will not be published.