ଏମକେଏସପି ର ୩୫ ତମ ଶିଶୁ କ୍ରୀଡା ଉତ୍ସବ…

ଫୁଲବାଣୀ: ଫୁଲବାଣୀର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ 35 ତ୍ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ ହୋଇ ଯାଇଛି । ଫୁଲବାଣୀ ପୌର ପରିଷଦର ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ନର୍ସରୀ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା କ୍ରୀଡାବିତଙ୍କ ମାନଙ୍କ ମଧ୍ୟରେ 29 ଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ତିନି ଦିନ ବ୍ୟାପି ଏହି ଶିଶୁକ୍ରୀଡ଼ା ଉତ୍ସବକୁ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ଶିବ ପ୍ରସାଦ ଉଦଘାଟନ କରିଥିବା ବେଳେ ଫୁଲବାଣୀ ପୌରପରିଷଦ ର ନିର୍ବାହୀ ଅଧିକାରୀ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉଦବୋଧନ ଦେଇଥିଲେ ।ଶିଶୁ ଦିବସ ଅବସରରେ ନଭେମ୍ବର 14 ତାରିଖ ଦିନ ପରିଷଦର ସଭାପତି ବିଜୟ କୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବ ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା କ୍ରୀଡା ଅଧିକାରୀ ସମୀର ରଞ୍ଜନ ନାୟକ, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଓ ପୂର୍ବତ୍ତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଯୋଗଦେଇ କନ୍ଧମାଳରେ ଭବିଷ୍ୟତରେ ଭଲ କ୍ରୀଡ଼ାବିତ୍ ସୃଷ୍ଟିହେବା ପାଇଁ ଛାତ୍ର, ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।35 ବର୍ଷ ହେବ ଚାଲିଥିବା ଶିଶୁ କ୍ରୀଡ଼ା ଉତ୍ସବର ଭବିଷ୍ୟତ କାମନା ସହ ଉଚ୍ଚ ପ୍ରଶଂସା କରିଥିଲେ । ଇଶାରାଣୀ ବେହେରା ଓ ଶ୍ରଦ୍ଧାଞ୍ଜଳି କହଁରଙ୍କୁ ଶ୍ରାବଣୀ ନନ୍ଦ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।କ୍ରୀଡ଼ା ଶିକ୍ଷକ ରଙ୍କନିଧି ବେହେରା, ପ୍ରଶାନ୍ତ ଚନ୍ଦ୍ର ବେହେରା, ବିଭୂତି ଭୂଷଣ ବେହେରା,ସଞ୍ଜୀବ ବେହେରା,ଗୌର ଚନ୍ଦ୍ର ମହାନ୍ତି କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ପରିଷଦର ସଭ୍ୟ ବିପିନ ପଟ୍ଟନାୟକ, ସତ୍ୟବ୍ରତ ପାତ୍ର,ଶଶି ଭୂଷଣ ପ୍ରଧାନ, ଶରତ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ମିଶ୍ର, ସଚ୍ଚିଦାନନ୍ଦ ମହାପାତ୍ର
ପ୍ରସନ୍ନ କୁମାର ବିଷୋୟୀ, ମହେନ୍ଦ୍ର ସୁବୁଦ୍ଧି, ପ୍ରଭାତ କୁମାର ଦାସ, ସଂଗ୍ରାମ ସିଂ ପଟ୍ଟନାୟକ ପ୍ରଭୃତି ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଟ ସଭ୍ୟ ବନ ବିହାରୀ ନନ୍ଦ ଓ କ୍ରୀଡ଼ା ସମ୍ପାଦକ ଦିଲୀପ କୁମାର ବାଘ ପରିଚାଳନା କରିଥିଲେ ଶେଷରେ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.