ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକ ଘେରିବ ବିଜେପି…

ନବୀନ ସରକାର ୫୦% ପିସି ସରକାର : ଡ଼ା. ସୁବାସ ସାହୁ
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ରହ୍ମପୁର ପାଣି ଟାଙ୍କି ଛକ ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସାମ୍ୱାଦିକ ସମ୍ମୀଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ପ୍ରଶାନ୍ତ କର,ମନୋରଞ୍ଜନ ଦ୍ୟାନସାମନ୍ତରା,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ମଞ୍ଚାସୀନ ରହି ରାଜ୍ୟରେ ଚାଲିଥିବା ଅପାରଗ ବିଜୁ ଜନତା ଦଳ ସରକାର ଉପରେ ବର୍ଷିଥିଲେ । ୨୩ ବର୍ଷର ଶାସନରେ ଓଡିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି,ଭ୍ରଷ୍ଟାଚାର,ମହିଳା ବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଞ୍ଚାୟତରୁ ନେଇ ବ୍ଲକ ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି,ପିସି କାରବାର ଚାଲିଛି । ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମୁସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି । କେବଳ ବିଜ୍ଞାପନରେ ବଞ୍ଚିଛନ୍ତି ରାଜ୍ୟ ସରକାର । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଞ୍ଜି । ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକଙ୍କ ମନରେ ଏହି ରାଜ୍ୟ ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୁର ହୋଇ ରହିଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ ବୋଲି ଜିଲ୍ଲା ସଭାପତି ଡ଼ା. ସାହୁ କହିଛନ୍ତି । ଚଳିତ ମାସରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସମେତ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ କରାଯିବ । ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ଯେ,ରାଜ୍ୟରେ ପଞ୍ଚାୟତରୁ ନେଇ ବ୍ଲକ,ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର କରାଜାୟୀ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନୀ ପୂର୍ବରୁ ଟଙ୍କା ପହଞ୍ଚାଇବାର ମାଧ୍ୟମ ପାଲଟିଛି |

ଆମ ଓଡ଼ିଶା ନବୀନ ଓଡ଼ିଶାରେ ହେଉଥିବା ସମସ୍ତ କାମରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରି ଅଫିସର୍ ମାନେ ନିଜ ଆଧିପତ୍ୟ ବିସ୍ତାର କରୁଛନ୍ତି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଙ୍ଘିଛି । କେବଳ ବଡ଼ ବଡ଼ କୋଠା ନିର୍ମାଣ ହେଉଛି ଓଡିଶା ବାହାରର ଠିକା ସଂସ୍ଥାକୁ ପୋସିବା ପାଇଁ, ଆଉ ଏପଟେ ରାଜ୍ୟ ସରକାର ସମସ୍ତଙ୍କ ପାଖରେ ପିଇବା ପାଣି ଟୋପେ ଦେଇପାରୁନାହାଁନ୍ତି । ସାମାନ୍ୟ ଭତା,ରେସନ କାର୍ଡ,ପାଇଖାନା ଓ ପକ୍କା ଘରଟିଏ ପାଇବା ପାଇଁ ଜନସାଧାରଣଙ୍କୁ୍ ଲାଞ୍ଚ ଦେବାକୁ ପଡୁଛି । ୨୦ ହଜାର ଟଙ୍କା ଲାଞ୍ଚ ନଦେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି, ୧ହଜାର ଟଙ୍କା ଲାଞ୍ଚ ନଦେଲେ ଭତ୍ତା ମିଳୁନି, ୫ହଜାର ଟଙ୍କା ଲାଞ୍ଚ ନଦେଲେ ରେସନ କାର୍ଡ ମିଳୁନି । ସେହିପରି ପାଇଖାନାରେ ୨ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ୁଛି । ଆଜି ପଞ୍ଚାୟତରେ ସରପଞ୍ଚ,ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡ଼ପ କରିନିଆଯାଇଛି । ଆଜି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଧାୟକ,ସାଂସଦ,ମନ୍ତ୍ରୀମାନେ ଗୁମୁସ୍ତାଙ୍କ ପାଇଁ ଟେଣ୍ଟ ବାନ୍ଧୁଛନ୍ତି । ଓଡ଼ିଶାରେ କ’ଣ ହେବ ନହେବ ସବୁ ନିଷ୍ପତି ନେଉଛନ୍ତି କିଛି ମୁଷ୍ଟିମେୟ ଅଫିସରମାନେ । କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ବର୍ଷରେ ଓଡ଼ିଶାକୁ ୧୮ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରୁ ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ଥିକ ଅନିୟମିତତା ପଦାରେ ପଡ଼ିଛି । କିଭଳି ମୋଦି ସରକାର ଦେଉଥିବା ଅର୍ଥକୁ ଲୁଟ୍ କରାଯାଉଛି ତାହାର ପ୍ରମାଣ ସିଏଜି ଖୋଲିଛନ୍ତି | ଜନସାଧାରଣଙ୍କ ଅର୍ଥର ଦୁରୁପଯୋଗ ହୋଇଥିବାରୁ ସିଏଜି ରାଜ୍ୟ ସରକାରଙ୍କ ବିରୋଧରେ “ଫ୍ରଡ଼ ବା ଧୋକାବାଜ” ଭଳି କଟୁ ଶବ୍ଦ ବ୍ୟବହାର କରିଛନ୍ତି । “ଆମ ଓଡିଶା – ନବୀନ ଓଡିଶା” ଯୋଜନା ନାମରେ ୩୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରାଯାଇଛି, ଯେଉଁଥିରେ ସିଧାସିଧା ୫୦ ପ୍ରତିଶତ ପିସି କାରବାର ହେଉଛି । ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ଅଗଣତାନ୍ତ୍ରିକ ଭାବରେ ଜଣେ ବ୍ୟକ୍ତି ଆତ୍ମପ୍ରଚାର କରିବା ଦୁର୍ଭାଗ୍ୟଜନକ । ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷ ଜମିକୁ ଜିଲ୍ଲା ପ୍ରଶାସନ ଜମି ମାଫିଆଙ୍କୁ ଟେକି ଦେଇଛନ୍ତି । ବିଜେଡ଼ି ନେତା ମାନଙ୍କ ପୃଷ୍ଠପୋଷକରେ ବାଲି,ପଥର ଏବଂ ମୋରମ ମାଫିଆ ମାନେ ଗଞ୍ଜାମର ଲଘୁ ଖଣିଜ ସମ୍ପଦକୁ ଲୁଟ୍ କରୁଛନ୍ତି । ଆଜି ଅଣ ଜଳସେଚିତ ଜମି ମାନଙ୍କରେ ଫସଲ ପୋଡ଼ିଯିବା ମରୁଡି ଆସିବା ପୂର୍ବର ପଦଧ୍ୱନି । କିନ୍ତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ବ୍ରହ୍ମପୁର ମହାନଗରର ରାସ୍ତା ଘାଟ ଅବସ୍ଥା ଅତି ଦୟନୀୟ । ବିଇଏମସି ଯନ୍ତ୍ରୀ ମାନେ ବହୁ ବର୍ଷ ଧରି ନିଜ ଆଧିପତ୍ୟ ବିସ୍ତାର କରି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଅଫିସର୍ ମାନଙ୍କ ଦାୟୀତ୍ୱହୀନ ବ୍ୟବହାରରେ ନିର୍ବାଚିତ ପ୍ରତିନିଧିମାନେ ମୂକ ବଧିର ଭଳି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ସାଧାରଣ ଲୋକଙ୍କ ଆକ୍ରୋଶକୁ ପୁଞ୍ଜି କରି ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ସମେତ ବ୍ରହ୍ମପୁର ମହାନଗର ନିଗମ ଘେରାଉ କରିବ ।

nis-ad
Leave A Reply

Your email address will not be published.