ଛତ୍ରପୁୁରରେ ବିଶାଳ ଚାଷୀ ସମାବେଶ…

ଛତ୍ରପୁର : ଗଂଜାମ ଜିଲ୍ଲାକୁ ମରୁଡି ଘୋଷଣା କରିବା, ମରୁଡିର ସ୍ଥାୟୀ ପ୍ରତିକାର – ଜିଲ୍ଲାର ସମସ୍ତ ଚାଷଜମିକୁ ଏକ ନିର୍ଦ୍ଦିଷ୍ଠ ସମୟସୀମା ମଧ୍ୟରେ ଜଳ ସେଚନ ବ୍ୟବସ୍ଥା କରିବା , ଚାଷୀଙ୍କ ଉପରୁ ସମସ୍ତ କୃଷି ଋଣ ଛାଡ- ବିଦ୍ୟୁତ ଦେୟ ଛାଡ, ସମସ୍ତ ଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କରିବା, ଚଳିତ ବର୍ଷ ଧାନର ନିର୍ଦ୍ଧାରିତ ମାନ (ଏଫ୍ ଏ କ୍ୟୁ) କୋହଳ କରିବା, ବୟସ୍କ ଚାଷୀ – ଚାଷ ଉପରେ ନିର୍ଭରଶୀଳଙ୍କୁ ମାସିକ ୫ ହଜାର ପେନସନ ଯୋଗାଇ ଦେବା ସହ ବିଭିନ୍ନ ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯ।।ଇଛି । ଚାଷୀଙ୍କ ହକ୍ ନିମନ୍ତେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ହଜାର ହଜାର ଚାଷୀ ଆଜି ସମାବେଶ ହୋଇ ସ୍ଥାନୀୟ ଅପର ବସ ଷ୍ଟାଣ୍ଡ ଠାରୁ ନିଜର ହକ ପୂରଣ ନିମନ୍ତେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଯାହା ଫଳରେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ହିତ ନିମନ୍ତେ ସମସ୍ତ ଦାବି ଗୁଡିକ ଯଥା ଶୀଘ୍ର ପୂରଣ କରିବା ନିମନ୍ତେ ସମାବେଶରେ ମତ ପ୍ରକାଶ କରାଯାଇଛି । ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଶ୍ରୀ ହର୍ଷ ରଥଙ୍କ ସଂଯୋଜନା ଏବଂ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅଖିଳ ଭାରତ କୃଷକ ସଭାର ଜାତୀୟ ପରିଷଦ ଉପସଭାପତି ଆଶିଷ କାନୁନ ଗୋ ଯୋଗ ଦେଇ ଚାଷୀଙ୍କ ବିଭୀନ୍ନ ଦାବି ସମ୍ପର୍କରେ ଆଲୋକପାତ କରିବା ସହିତ ଜଳ ସେଚନ ସୁବିଧାକୁ ସରକାର ତୁରନ୍ତ ସମାଧାନ କରିବା ନିମନ୍ତେ ସେ ଦାବି କରିଥିଲେ । ଏହି ସମାବେଶରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଂଗଠନ ସମ୍ପାଦକ ନୀଳକଣ୍ଠ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଖିଳଭାରତ କୃଷକ ସଭାର ଜିଲ୍ଲା ଉପସଭାପତି ରଙ୍କନାଥ ସ୍ୱାଇଁ , ଶରତ ପଟ୍ଟନାୟକ , ଅନନ୍ତ ମହାଙ୍କୁଡ , ବିଦେଶୀ ନାହାକ, ପଞ୍ଚାନନ ସ୍ୱାଇଁ, କନ୍ଧ ପ୍ରଧାନ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ- ସମ୍ପାଦକ ପ୍ରଦୀପ କୁମାର ସେଠୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ. ଜନାର୍ଦ୍ଦନ ରେଡ୍ଡି, ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ଗଞ୍ଜାମ ଜୋନାଲ ସମ୍ପାଦକ ବି. ଦଣ୍ଡପାଣୀ ପାତ୍ର, ନାରୀନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଏନ୍‌. ମୁନା ପାତ୍ର, ମାଗୁଣି ବିଷୋୟୀ, ଲକ୍ଷ୍ମୀପୁର ସମିତିସଭ୍ୟ ଏନ୍‌. ରମେଶ ରେଡ୍ଡୀ, ଚାଷୀ ନେତା ଏସ୍‌. କ୍ରିଷ୍ଣା ରେଡ୍‌ୀ, ସିମାଂଚଳ ସାହୁ, ଏସ୍‌. ତ୍ରିନାଥ ରେଡ୍ଡୀ, କେଶବ ନାହାକ, ପୂର୍ଣ୍ଣ ଚନ୍ଦ୍ର ଗୌଡଙ୍କ ସମେତ ହଜାର ହଜାର ଚାଷୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ପ୍ରତିନିଧି ଦଳ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦ୍ୟେରେ ଅତିରିକ୍ତ ଜିଲ୍ଲପାଳ ଦେବବ୍ରତ ସାହୁଙ୍କୁ ପ୍ରଦାନ କରାଯାଇଛି ।

nis-ad
Leave A Reply

Your email address will not be published.