ସୁବଳୟା ପଞ୍ଚାୟତର କୃଷକମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ଛତ୍ରପୁର : ମରୁଡିର ପ୍ରତିକାର ସକାଶେ ଗଞ୍ଜାମ ବ୍ଲକ ଅଧିନ ସୁବଳୟା ଗ୍ରାମ ପଂଚାୟତର କୃଷକ ମାନଙ୍କ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ସତ୍ତ୍ୱେ ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ, ମାଣ୍ଡିଆ, ବାଇଗଣ, ପନିପରିବା ଆଦି ଫସଲ ଲଗାଇଥିଲେ । ଦିର୍ଘ ଦିନ ଧରି ବର୍ଷା ନ ହେବା ଫଳରେ ସମସ୍ତ ଚାଷଜମି ସମ୍ପୁର୍ଣ୍ଣ କ୍ଷତି ହେବା ସଙ୍ଗେ ସଙ୍ଗେ ଚାଷ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସେମାନେ କହିଛନ୍ତି । ଉକ୍ତ ପଂଚାୟତରେ ଜଳସେଚନର କୌଣସି ସ୍ଥାୟୀ ସୁବିଧା ନାହିଁ । ଯେଉଁ କୂପ, ପୋଖରୀ ଉପରେ ନିର୍ଭର କରି କିଛି ଜମି ଜଳ ସେଚନରେ ମିଳୁଥିବା ବ୍ୟବସ୍ଥା କରାଯାଇଥିଲା ହେଲେ, ସେଗୁଡିକ ସୁଖିଯିବା ଫଳରେ ଫସଲ ସମ୍ପୁର୍ଣ୍ଣ କ୍ଷତି ହୋଇଛି । ଏଣୁ ସ୍ଥାୟୀ ଜଳସେଚନର ବ୍ୟବସ୍ଥା କରିବା ପାଇଁ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଦାବି ପତ୍ର ରେ ଦର୍ଶାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଭାରତୀ ପଲାଇ, ବିକ୍ରମ ପଲାଇ, ସୁକଦେବ ପଲାଇ, ଡମ୍ବୁରୁ ଦାସ, କାଶିନାଥ ଜେନା, ସିମାଂଚଳ ସ୍ୱାଇଁ, ଗଣେଷ ସ୍ୱାଇଁଙ୍କ ସମେତ ବହୁ ଚାଷି ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.