ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ…


ହିଞ୍ଜିଳିକାଟୁ, ୧୪ା୧୧(): ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ କଳାମନ୍ଦିର ପରିସରରେ ଶିଶୁ ମହୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ଉଛପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ୱାର୍ଡସଭ୍ୟା ଋକ୍ମୁଣୀ ବିଷୋୟୀ, ଏବିଇଓ ସୁଶିଲ କୁମାର ପାତ୍ର, ସମ୍ପାଦକ ଲିଙ୍ଗରାଜ ସେନାପତି, ଗୁରୁ ସତ୍ୟ ନାରାୟଣ ସାହୁ, ଉପସଭାପତି ପର୍ଶୁରାମ ସାହୁ, ସହ ସମ୍ପାଦକ ତରଣୀ କୁମାର ସାହୁ, କୋଷାଧ୍ୟକ୍ଷ ରଜନୀକାନ୍ତ ସାହୁ, ଶିକ୍ଷକ ଦିଲ୍ଲିପ କୁମାର ସାହୁ, ଦିଲ୍ଲିପ କୁମାର ବୈଠାରୁ ଓ ରମାକାନ୍ତ ସାହୁ ମଞ୍ଚାସିନ ଥିଲେ । ପୂର୍ବରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କନିଷ୍ଠ ବିଭାଗ ଓଡିଶୀ ନୃତ୍ୟ ପ୍ରତିଯୋଗିତାରେ ଅଜିତ ପଟ୍ଟନାୟକ ପ୍ରଥମ, ସ୍ନେହାଶ୍ରୀ ମହାରଣା ଦ୍ୱିତୀୟ ଓ ସ୍ମିତାଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏକକ ସଙ୍ଗୀତ ନୃତ୍ୟ ପ୍ରତିଯୋଗିତାରେ ପ୍ରଣତି ସେଠି ୧ମ, ବେଦାନ୍ତିକା ସାହୁ ୨ୟ ଓ ନେହା ସ୍ୱାଇଁ ଓ ସୌମ୍ୟଶ୍ରୀ ପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ । ଗୋଷ୍ଠୀଗତ ନୃତ୍ୟ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ୧ମ, ଓଁ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲ ୨ୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୩ୟ ସ୍ଥାନ ଅଧିକାର କରିଥିଲା । ବରିଷ୍ଠ ବିଭାଗ ଓଡିଶୀ ନୃତ୍ୟ ପ୍ରତିଯୋଗିତାରେ ସ୍ୱାତୀଶ୍ରୀ କୁମାରୀ ସାହୁ ୧ମ, ଓଜସ୍ୱିନୀ ସେଠି ୨ୟ ଓ ଆଦିତ୍ୟ ପୃଷ୍ଟି ୩ୟ ସ୍ଥାନ ଅଧିକାର କରିଥିଲେ । ଏକକ ନୃତ୍ୟ ପ୍ରତିଯୋଗିତାରେ ଜିତାଜୟୀ ବର୍ଦ୍ଦନୀ ଓ ଇ. ସ୍ନେହା ପାତ୍ର ୧ମ, ଆଶାରାରଈ ବେହେରା୨ୟ ଏବଂ ଶୁଭଲକ୍ଷ୍ମୀ କର ୩ୟ ସ୍ଥାନ ଅଧିକାର କରିଥିଲେ । ଗୋଷ୍ଠୀ ନୃତ୍ୟ ପ୍ରତିଯୋଗିତାରେ ଓଁ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲ ୧ମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨ୟ ସ୍ଥାନ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ୩ୟ ସ୍ଥାନ ଅଧିକାର କରିଥିଲା । ଏଥି ସହ କନିଷ୍ଠ ଓ ବରିଷ୍ଠ ବିଭାଗର କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଚିତ୍ରାଙ୍କନ ଓ ହାରମୋନିୟମ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ନିଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେ ଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।


nis-ad
Leave A Reply

Your email address will not be published.