ଜିଲ୍ଲାରେ ପୁଣି ଏକ ଦାଦନ ଦୁଃଖ,ଦିଦାୟୀ ଯୂବକ ଘାଷୀ ନିଖୋଜ…!

ନିଖୋଜ ସମ୍ପର୍କରେ ଏତଲା ଦାଖଲ..

ମାଲକାନଗିରି : କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ର ବାଟାଗୁଡା ଗ୍ରାମର ଦିଦାୟୀ ଯୁବକ ଘାଷୀ ପଲାସୀ,ବୟସ-୪୦ ବର୍ଷ, ନିଜର ଭାଇ ଲବ ପଲାସୀ ସହିତ କାମଧନ୍ଦା ପାଇବା ଆଶାରେ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ ସହରକୁ ଯାଇଥିଲେ । ବାଲିମେଳା ଅଞ୍ଚଳର ଶୁସାନ୍ତ ନାମକ ଜଣେ ଠିକାଦାର ସେମାନଙ୍କୁ ଗତ ଅଗଷ୍ଟ ମାସରେ ହାଇଦ୍ରାବାଦର ଏକ ନବରତ୍ନ ନାମକ କମ୍ପାନୀ ର ସଟର୍ ଗେଟ୍ ତିଆରି କାମରେ ଖଟେଇ ଥିଲେ , ଓ ସେଠାରେ ପାଖାପାଖି ୩ ମାସ ଦାଦନ ଖଟିବା ପରେ ଲବ ଓ ଘାସୀ ହାଇଦ୍ରାବାଦ ର କୂଟୀ ବସଷ୍ଟାଣ୍ଡ ରୁ ନିଜ ଗାଁ ବାଟାଗୁଡା ଯିବା ପାଇଁ ବସକୁ ଅପେକ୍ଷା କରି ରହିଥିବା ସମୟରେ ଲବ ପଲାସୀ କଦଳୀ କିଣିବା ପାଇଁ କିଛି ଦୁରକୁ ଚାଲିଯାଇଥିଲେ ଓ ଫେରିଲା ପରେ ସେମାନେ ଅପେକ୍ଷା କରିଥିବା ଯାଗାରେ ଘାଷୀକୁ ପାଇନଥିଲେ ଓ ତୁରନ୍ତ ସେଠାରେ ବସ ଅପେକ୍ଷାରତ ଲୋକ ମାନଙ୍କୁ ପଚରାଉଚରା କରିବାସହ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ଘାଷୀଙ୍କର କୈାଣସି ଖୋଜ ଖବର ନପାଇ ନିରାଶ ହୋଇ ଗାଁକୁ ଏକୁଟିଆ ଫେରିଥିଲେ, ନିଜ ଗାଁ ବାଟାଗୁଡା ରେ ପହଞ୍ଚି ଉକ୍ତ ବିଷୟରେ ଜଣେଇବା ପରେ, ଗାଁ ର କିଛି ବ୍ୟକ୍ତି ନିକଟସ୍ଥ କୁଡୁମୁଲୁଗୁମ୍ମା ସ୍ଥିତ ପୋଲିସ୍ ଫାଣ୍ଡି ରେ ଘାଷୀ ପଲାସୀ ଙ୍କ ନିଖୋଜ ସମ୍ପର୍କରେ ଏତଲା ଦାଖଲ କରିଥିଲେ । ଯେହେତୁ ଏହି ମାମଲାଟି ଅନ୍ୟ ରାଜ୍ୟରେ ଘଟିଛି, ପୋଲିସ ଉକ୍ତ ଘଟଣାରେ ଏକ ନିଖୋଜ ମାମଲା ସ°ଖ୍ୟା-୩୦/୨୦୨୩ ଦାୟର କରି, ଘଟଣା ବିଷୟରେ ସବିଶେଷ ତଥ୍ୟ ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ଅବଗତ କରାଇଥିବା ବିଷୟରେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଅଜିତ ସିଂ ବରିହା ସୁଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.