ଷ୍ଟାର୍ଟଅପ୍ ଓଡିଶା ଅଭିଯାନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଫୁଲବାଣୀରେ ଷ୍ଟାର୍ଟଅପ୍ ଓଡିଶା ଅଭିଯାନ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜିତ ହୋଇଅଛି l ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡିଶା ଦଳ ସହଯୋଗରେ ନୂତନ ଉଦ୍ଭାବନ, ବଣ୍ଟନ ଏବଂ ପରିବର୍ତ୍ତନ ଉପରେ ଧ୍ୟାନ ଦିଆଯାଇଥିଲା l ଯେଉଁଥିରେ ସାର୍ଥକ କୁମାର ସାମଲ ଏବଂ ସୁଶାନ୍ତକୁ ସେଠୀଙ୍କ ସହ ଏକ ଇଣ୍ଟରାକ୍ଟିଭ୍ ଅଧିବେଶନ ରହିଥିଲା ​​l ପ୍ରାୟ 110 ଉତ୍ସାହୀ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ l ଅନ୍ତର୍ନିହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ l ଟାଟା ଷ୍ଟ୍ରାଇଭ୍ ପ୍ରତିନିଧି ସ୍ମୃତି ରଂଜନ ଦାସ୍ ବୈଠକର ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ ବୈଠକର ସାରାଂଶ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଅଧ୍ୟାପକ ରଶ୍ମୀରଂଜନ ବେହେରା ବୈଠକ ଆୟୋଜନର ଆମୂଳଚୁଳ ତଦାରଖ କରିଥିଲେ l ଏବଂ ସର୍ବପରିଶେଷ ରେ ଶିଳ୍ପ ଅନୁଷ୍ଠାନ ର ତାଲିମ୍ ପ୍ରାପ୍ତ ଅଧିକାରୀ ଡ଼ ନୃସିଂହାନନ୍ଦ ମହାପାତ୍ର ବୈଦିକ ଶାନ୍ତି ପାଠ ଉଚ୍ଚାରଣ କରି ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.