ଡି ଏଲ ଏସ ପକ୍ଷରୁ ମାନବ ଶୃଙ୍ଖଳ ପଦଯାତ୍ରା…

ଫୁଲବାଣୀ:୧୪/୧୧ ନଭେମ୍ବର ୧୪ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଏହି ଦିନ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ତଥା ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାଳନ କରାଯାଏ l ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା ପିଲାମାନଙ୍କୁ ଅତ୍ୟଧିକ ଭଲ ପାଉଥିଲେ ତେଣୁ ପିଲାମାନେ ତାଙ୍କୁ ସ୍ନେହରେ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ l ମୃତ୍ୟୁର ବହୁ ବର୍ଷ ପରେ ମଧ୍ୟ ତାଙ୍କୁ ସେହି ନାମରେ ସ୍ମରଣ କରାଯାଇଥାଏ ଏବଂ ତାଙ୍କର ଉତ୍ତରାଧିକାରୀ ତଥା ପିଲାମାନଙ୍କ ପ୍ରତି ସ୍ନେହର ସମ୍ମାନରେ ତାଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବରେ ପାଳନ କରି ଆସୁଛନ୍ତି l ଏହି ଅବସରରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀ ପକ୍ଷରୁ ସକାଳ ୦୯ ଘଟିକାସମୟରେ ବିଦ୍ୟାଳୟ ଶିଶୁ ମାନଙ୍କ ଦ୍ଵାରା ମାନବ ଶୃଙ୍ଖଳ ଓ ପଦଯାତ୍ରା। ସ୍ଥାନୀୟ ଜିଲ୍ଲା ଏ ଯେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଏବଂ ସେଠାରୁ ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ଶିଶୁମାନେ ହାତକୁ ମିଶାଇ, କହିବା ଆସ ଶିଶୁ ସୁରକ୍ଷା ସଶକ୍ତ ଦେଶ ନାରାବାଜି
ଦେବା ସହିତ ଶିଶୁ ମାନଙ୍କ ପାଇଁ ଥିବା ଭାରତୀୟ ଆଇନ ବ୍ୟବସ୍ଥା ବିଷୟରେ ସଚେତନତା ଉଦ୍ଦେଶ୍ୟରେ
ମାନବ ଶୃଙ୍ଖଳ ପଦଯାତ୍ରା କରାଯାଇଥିଲା l ଏହି ପଦ ଯାତ୍ରାକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-ତଥା- ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି
ଶୋଭାଯାତ୍ରା ବାହାରିବା ସମୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୈକତ୍ ପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍, ପୋସ୍କୋ ଆକ୍ଟ ଅଧିନରେ ଥୁବା ସ୍ଵତନ୍ତ୍ର କୋର୍ଟ ସଞ୍ଜିତ କୁମାର ବେହେରା, ଆଡହକ୍ ଏ.ଡି.ଜେ. ଏଫ୍.ଟି.ଏସ୍.ସି. ଅନୀତା ସାହୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୌମ୍ୟା ଶୁଭଦର୍ଶିନୀ, ସହକାରୀ ସେସନ୍ ଜଜ୍, ମହିଳା କୋର୍ଟ ବିଶ୍ଵ କଲ୍ୟାଣୀ ମିଶ୍ର, ରେଜିଷ୍ଟ୍ରାର, ସିଭିଲ କୋର୍ଟସ୍ –ତଥା- ଏ.ଏସ୍.ଜେ.-ତଥା-ପି.ଏମ୍.ଜେ.ଜେ.ବି. ନିତିସା ଚନ୍ଦକ୍, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶିଲା ରୟ,ଏସ୍.ଡି.ଜେ.ଏମ୍, ଫୁଲବାଣୀ ଅର୍‌ଜିତ୍ ଦାସ, ଜେ.ଏମ୍.ଏଫ୍.ସି. ସୌମ୍ୟାଶ୍ରୀ ମହାପାତ୍ର ଓ ବିଜୟ କୁମାର ମହାନ୍ତିଙ୍କ ସମେତ ଜିଲ୍ଲା ବାର ଆସୋସିଏସନ୍ ର ସମ୍ପାଦକ କମଳ କୁମାର ବେହେରା ଙ୍କ ସମେତ ଅନ୍ୟ ସଦସ୍ୟମାନେ,ପାରା ଲିଗାଲ ସ୍ଵେଚ୍ଛାସେବୀଙ୍କ ସମେତ ଶିକ୍ଷା ବିଭାଗ, ଫୁଲବାଣୀ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, କନ୍ଧମାଳ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ,କନ୍ଧମାଳ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସାଧିକାରୀ, କନ୍ଧମାଳ ଜିଲ୍ଲା ଆରକ୍ଷୀ ବିଭାଗ, କନ୍ଧମାଳ ପ୍ରମୂଖ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.