ସାଇବର ଅପରାଧ ରୋକିବା ସମ୍ବନ୍ଧ ରେ ସଚେତନତା କରାଇଲେ ସ୍ତୁଡେଣ୍ଟ ପୋଲିସ କେଡେଟ ଛାତ୍ର ଛାତ୍ରୀ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଶିଶୁ ଦିବସ ଅବସର ରେ ସ୍ଟଡେଣ୍ଟ ପୋଲିସ କେଡେଟ(ଏସପିସି )ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ପୋଲିସ ଜିଲ୍ଲାର ଡିଏସପି ମମତା ନାୟକ, ଛତ୍ରପୁର ଏସ୍ଡ଼ିପିଓ ଗୌର ହରି ସାହୁ, ସର୍ଜେଣ୍ଟ ବିବେକାନନ୍ଦ ନାୟକ, ଏସ ଆଇ କିରଣ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ,ଏହି ଅବସର ରେ ସାଇବର ଅପରାଧ ରୋକିବା ,ସଡ଼କ ସୁରକ୍ଷା ନିୟମ ମାନି ଚଳିବା , ପୋସ୍କୋ ଲିଗାଲ ଆଇନ, ଗୁଣି ଗାରେଡି କୁ ନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ‘କିଛି ହେବନି ତ ‘ନାମକ ଏକ ନାଟକ ଭିଡିଓ ପ୍ରଦର୍ଶନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.