କନ୍ଧମାଳ ଜିଲ୍ଲାରୁ କେ,ବି,କେ,ଜିଲ୍ଲର ହୋମଗାର୍ଡ ମାନଙ୍କୁ ଛତିଶଗଡ଼ ଇଲେକ୍ସନ ଡିୟୁଟିରେ ମୂତୟନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏବଂ ଓଡ଼ିଶାର ବିଭିନ୍ନ କେ,ବି,କେ, ଜିଲ୍ଲାର ତଥା,ବଉଦ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ହୋମଗାର୍ଡ ଭାଇ ମାନଙ୍କୁ ଛତିଶଗଡ଼ ବିଧାନ ସଭା ନିର୍ବାଚନ ନିମନ୍ତେ ଡିୟୁଟି ମୃତୟନ କରାଯାଇଛି। କିନ୍ତୁ ଦୁଃଖର ବିଷୟ ଛତିଶଗଡ଼ ରାଜ୍ୟ ସରକାର ହୋମଗାର୍ଡ କର୍ମଚାରୀଙ୍କୁ ଦୈନିକ ଟ,୯୮୫, ଟଙ୍କା ହିସାବରେ ମାସିକ ଟ,୨୯,୫୬୫, ଟଙ୍କାରୁ ଉର୍ଦ୍ଧ୍ବ ଏବଂ ଛତିଶଗଡ଼ ସରକାରଙ୍କ ଠାରୁ ବିଭିନ୍ନ ସରକାରୀ ସୁବିଧା ପାଇ ନିଜ ନିଜର ପରିବାର ସଦସ୍ୟଙ୍କୁ ସମାଜର ଚଳନୀ ସହିତ ଖାପଖୁଆଇ ଚଳାଇ ଆସୁଥିବା ଦେଖିବାକୁ ମିଳୁଛି। ଏପରି କି ଅନ୍ୟ ରାଜ୍ୟ ମଧ୍ୟ ତଥା,ପଞ୍ଜାବ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଭଳି ରାଜ୍ୟ ମାନଙ୍କରେ ହୋମଗାର୍ଡ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ମିଳୁଥିବା ସଂଘ କର୍ମକର୍ତ୍ତା ଗଣ ମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଓଡ଼ିଶାର ସମସ୍ତ

ହୋମଗାର୍ଡ କର୍ମଚାରୀଙ୍କୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ସମାନ କାମକୁ ସମାନ ଦରମା ହାରରେ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ମାନବାଧିକାର ମିସନ ଚୈୟାରପରସନ ମହେନ୍ଦ୍ର ଶର୍ମା, ଜଷ୍ଟିସ କେ ଜି ବାଳକ୍ରିଷ୍ଟା, ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ମହିଳା ସଭାନେତ୍ରୀ ଶ୍ରୀମତୀ ଆରତୀ ମଙ୍ଗରାଜ, ସୁପ୍ରିମକୋର୍ଟ ଆଇନଜୀବି ଶେଖର ଶ୍ରୀବାସ୍ତବଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ସୁପ୍ରିମକୋର୍ଟ ଜଷ୍ଟିସ ଏମ୍ ଆର୍ ଶାହା ଙ୍କ ଖଣ୍ଡ ପୀଠରେ ତା,୧୭, ୩, ୨୦୨୩, ମସିହାରେ କେସ୍ ଡିଗ୍ରୀ ହାସଲ କରି ଜର୍ଜମେଣ୍ଟ ଅଡର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିବା ସ୍ବତେ ମଧ ରାଜ୍ୟ ସରକାର ଙ୍କର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ହେତୁ। ଓଡିଶାର ୧୬,୦୦୦,ଉର୍ଦ୍ଧ୍ବ ହୋମଗାର୍ଡ କର୍ମଚାରୀ ପରିବାରଙ୍କ ମାନବାଧିକାର କ୍ଷୂର୍ଣ୍ଣ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ଆଗାମୀ ଦିନରେ ଓଡିଶା ସରକାର ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଓଡ଼ିଶାର ହୋମଗାର୍ଡ କର୍ମଚାରୀଙ୍କୁ ସୁପ୍ରିମକୋର୍ଟ ଜର୍ଜମେଣ୍ଟ ଅଡର ଉପରେ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ଅନ୍ୟ ରାଜ୍ୟ ଭଳି ସମସ୍ତ ସରକାରି ସୁବିଧା ଓଡ଼ିଶାର ସମସ୍ତ ହୋମଗାର୍ଡ କର୍ମଚାରୀଙ୍କ ଯୋଗାଇ ଦେବାର ବ୍ୟବସ୍ଥା କରାଗଲେ। ଓଡ଼ିଶାର ସମସ୍ତ ହୋମଗାର୍ଡ ସଦସ୍ୟଙ୍କ ପରିବାର ସମାଜର ଚଳନୀ ସହିତ ଖାପଖୁଆଇ ଚଳି ପାରିବେ ବୋଲି କନ୍ଧମାଳ ହୋମଗାର୍ଡ ସଂଘ ପକ୍ଷରୁ କୁହାଯାଇଛି l

nis-ad
Leave A Reply

Your email address will not be published.