ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ମଝାପଡ଼ା ପଞ୍ଚାୟତ ଅନ୍ତର୍ଗତ କେନ୍ଦୂମୁଣ୍ଡା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି | ଗତ ତା:୦୯/୧୧/୨୩ ରିଖ ଦିନ ନିଜର ଇକୋ କାର ନମ୍ବର OD 14 W 2082 ରେ ବୀରମିତ୍ରପୁର ପଟୁ ଘର କେନ୍ଦୁମୁଣ୍ଡ ଗ୍ରାମକୁ ଫେରୁଥିବା ବେଳେ ଜମନକିରା ରାସ୍ତା ଉପରେ ଗୋଟିଏ ବ୍ରିଜା କାରର ନମ୍ବର OD 23 M 5135 ଝାରସୁଗୁଡା ପଟୁ ବୀରମିତ୍ରପୁର ଆସୁଥିବା ବେଳେ ଅଞ୍ଚଳବାସି ଙ୍କ କହିବା ଅନୁଯାୟୀ କାର ଚାଳକର ବେପରୁଆ ଦ୍ରୁତ ଗତିରେ ଚଳାଇଥିବାରୁ ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ସେନା କର୍ମଚାରୀଙ୍କର ଦୁଇଦିନ ପରେ ରାଉଲକେଲା ସ୍ଥିତ ଆପୋଲ ହସ୍ପିଟାଲ ରେ ଆଜି ମୃତ୍ୟୁ ଘଟିଥିବା ଜଣା ପଡିଛି | ସୂଚନା ଅନଯାୟୀ ନାବାର ଡୁଙ୍ଗଡୁଙ୍ଗ ଆର୍ମି ରୁ ଅବସର ନେବା ପରେ ଅଞ୍ଚଳ ଲୋକ ଙ୍କ ସେବା କରିବା ସହ ଲୋକ ଙ୍କ ସୁଖ ଦୁଃଖ ରେ ସହଯୋଗ ର ହାତ ବଢ଼ାଇଥିଲେ, ତାଙ୍କ ମୃତ୍ୟୁ କୁ ନେଇ ଆଜି ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି |

nis-ad
Leave A Reply

Your email address will not be published.