ସୀମାନ୍ତରେ ଗାଡି ଜାଲିଲେ ମାଓବାଦୀ…


ମାଲକାନଗିରି, ୧୦।୧୧ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ଆଜି ପୁଣି ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବାକୁ ଯାଇ ଏକ ନୂତନ ଡମ୍ଫର ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଯାହାପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦନ୍ତେୱାଡାର କିରନ୍ଦୁଲରେ ଥିବା ୧୪ ନମ୍ବର ଡମ୍ପିଂ ୟାର୍ଡ ଅଞ୍ଚଳରେ ଆଜି କିଛି ସଶସ୍ତ୍ର ମାଓବାଦୀ ଆସି ସେଠାରେ ଏନ ଏମ ଡି ସି ପକ୍ଷରୁ ନିୟୋଜୋତ ଏକ ନୂତନ ଡମ୍ଫରରେ ନିଆଁ ଲଗାଇ ଦେଇଥିଲେ । ଯାହା ଫଳରେ ଏନ ଏମ ଡି ସି କମ୍ପାନୀକୁ ୧ କୋଟିରୁ ଊର୍ଦ୍ଧ୍ଵ ମୂଲ୍ୟର କ୍ଷତି ସହିବାକୁ ପଡିଛି । ଆଜିହିଁ ଏହି ନୂଆ ଡମ୍ପର ଗାଡିର ଉଦ୍ଘାଟନ କରାଯାଇଥିଲା । ତେବେ ଖବର ପାଇ କିରନ୍ଦୁଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.