ହୋଟେଲ କବାଟ ତାଲା ଭାଙ୍ଗି ଚୋରୀ…

ହିଞ୍ଜିଳିକାଟୁ (୮/୧୧) : ହିଞ୍ଜିଳି ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ୨ଟି ଦୋକାନରୁ ଚୋରୀ। ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରୁ ଲଗାତାର ଚୋରୀ ଘଟଣା ଲାଗି ରହିଥିବାବେଳେ ପୁଲିସ ସାମାନ୍ୟତମ ସୁରାକ ପାଇବାରେ ବିଫଳ ହୋଇଛି । ଏପରିକି କିଛିଦିନ ହେଲା ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ଚୋର ମାନଙ୍କ ଉତ୍ପାତ ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହେଉଛି । ସୋମବାର ରାତିରେ ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ଥିବା ସରକାରୀ ବୃନ୍ଦାବନ ବିଦ୍ୟାଳୟ ଆଗରେ ଥିବା ପାଢି ହୋଟେଲ ଓ ଏକ ଘରୋଇ କ୍ଳିନିକ ଚୋରୀ ହେବା ଘଟଣା ଏହାର ପ୍ରମାଣ କରୁଛି । ସୋମବାର ରାତିରେ ତାରାତାରିଣୀ ରୋଡ ସନ୍ତୋଷ କୁମାର ପାଢ଼ୀ ଙ୍କ ଜଳଖିଆ ଦୋକାନ ରୁ କବାଟ ତାଲା ଓ ଗେଡା କବାଟ ଭାଙ୍ଗି ୩ହଜାର୫୦୦ ଟଙ୍କା ଓ ସମସଙ୍ଗ ମୋବାଇଲ ଫୋନ ଚୋରୀ ହୋଇଥିବା ନେଇ ଦୋକାନ ମାଲିକ ଶ୍ରୀ ପାଢି ହିଞିଳି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। କାହାର ଦୋକାନ ତାଲା ଭାଙ୍ଗି ତ ଆଉ କାହାର ଗ୍ରୀଲ ତାଡି ଚାବି ଭାଙ୍ଗି ଚୋରି ହୋଇଛି । ମଙ୍ଗଳବାର ସକାଳୁ ଦୋକାନୀମାନେ ଆସି ଦୋକାନ ଖୋଲିବାପରେ ଚୋରୀ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେହିପରି ଗତ କିଛିଦିନ ପୂର୍ବେ ପୁର୍ବେ ହିଞିଳିକାଟୁ ବସଷ୍ଟାଣ୍ଡ ପରିସରରେ ଥିବା ଏକ ଦୋକାନ ଓ ମେଇନରୋଡ କିଛି ଦୋକାନ ରୁ ତାଲା କାଟି ଥିବା ଵେଳେ ଚୋରୀ ହୋଇନଥିଲା । ବାରମ୍ବାର ଚୋରୀ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଏନେଇ କୌଣସି ସନ୍ଧାନ ପାଇପାରୁ ନଥିବା କୁହାଯାଉଛି । ପୁଲିସ ପେଟ୍ରୋଲିଂ କଡାକଡି କରାଯାଉ ନଥିବାରୁ ଦିନକୁ ଦିନ ଚୋର ମାନଙ୍କ ଉତ୍ପାତ ବଢ଼ିବଢ଼ି ଚାଲିଛି । ଥାନା ପାଖରେ ଥିବା ଦୋକାନରୁ ଚୋରି ହେବା ଘଟଣା ସଂପ୍ରୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି

nis-ad
Leave A Reply

Your email address will not be published.