ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ…

mahu

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରିବାକୁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ବିଜେପି ସାଂସଦ ଦୁବେ ଏକ୍ସ ମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ‘ମୋ ଅଭିଯୋଗ ଆଧାରରେ ଲୋକପାଳ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।’’

ବିଜେପି ସାଂସଦ ଶ୍ରୀ ଦୁବେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସାଂସଦ ଶ୍ରୀମତୀ ମୈତ୍ରଙ୍କ ଆଦାନୀ ଗ୍ରୁପ୍‌ର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଗ୍ରହଣ କରିଥିଲେ।

ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଶ୍ରୀମତୀ ମୈତ୍ର ବ୍ୟବସାୟୀ ହିରାନନ୍ଦାନୀଙ୍କ ସହ ତାଙ୍କ ସଂସଦୀୟ ଲଗ୍‌ ଇନ୍‌ ଶେୟାର କରି ଜାତୀୟ ନିରାପତ୍ତା ସହ ବୁଝାମଣା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ତୁରନ୍ତ ସାଂସଦ ଶ୍ରୀମତୀ ମୈତ୍ରଙ୍କଙ୍କୁ ସଂସଦରୁ ନିଲମ୍ବିତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ଅନ୍ୟ ପଟେ ଏହି ମାମଲାର ବିଚାର ସଂସଦର ସଦାଚାର କମିଟି କରୁଛନ୍ତି। କମିଟିର ପ୍ରଥମ ବୈଠକରେ ମହୁଅ‌ା ହାଜର ହୋଇଥିଲେ ହେଁ ତାଙ୍କୁ ‌ଶୁଣାଣି ସମୟରେ ଅଶାଳୀନ ପ୍ରଶ୍ନ ପଚରାଗଲା ବୋଲି ଅଭିଯୋଗ କରି ସେ ଅଧାରୁ ଉଠି ଆସିଥିଲେ।

nis-ad
Leave A Reply

Your email address will not be published.