ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବଞ୍ଚିତ ବିଲାବାଡି ପଞ୍ଚାୟତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ର ବିଲାବାଡ଼ି ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ଲୋକ ରାସ୍ତା, ବିଜୁଳି ଓ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି l ବିଲାବାଡ଼ି ସରପଞ୍ଚ ରବିନ୍ଦ୍ର ଭୁକ୍ତ କହିଛନ୍ତି, ଦିର୍ଘବର୍ଷ ଧରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଖଣ୍ଡେ ପାଇଁ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରି ଶେଷରେ ନିରାଶ ହୋଇଛନ୍ତି ଗ୍ରାମବାସୀ । ୫-ଟି ଅଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ ବେଳେ ଗ୍ରାମବାସୀ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଥିଲେ l ସରପଞ୍ଚ ରବିନ୍ଦ୍ର ଭୁକ୍ତ କନ୍ଧମାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଗଣମାଧ୍ଯମ ପ୍ରତିନିଧି ଆଗରେ ଅଭିଯୋଗ କରିବା ସହ ଏକ ଲିଖିତ ପତ୍ର କନ୍ଧମାଳ ଜିଲ୍ଲପାଳଙ୍କୁ ପ୍ରଦାନ କରାଯାଇଛି l କୋଡ଼ିଏ ଦିନ ଭିତରେ ଯଦି କିଛି ପ୍ରତିଶୁତି ନ ମିଳେ ତେବେ ପଞ୍ଚାୟତ ବାସୀ ରାଜରାସ୍ତା କୁ ଓହ୍ଲେଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି l ଏଥି ସହିତ
ଆମ ଗ୍ରାମକୁ କାହିଁକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ସରକାର ରାସ୍ତା ଖଣ୍ଡିଏ ନିର୍ମାଣ କରେଇ ଦେଉ ନାହାନ୍ତି ବୋଲି ମଧ୍ଯ ଅଭିଯୋଗ କରିଛନ୍ତି l ନେତାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବିଡିଓ ସାଂସଦ ସମସ୍ତଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ କାହାରି ପାଦ ପଡି ନାହିଁ କି ଲିଖିତ ପତ୍ରର କିଛି ପ୍ରତିଶୁତି ମିଳିନାହିଁ l ପୂର୍ବତନ ସାଂସଦ ପ୍ରତ୍ୟୁସା ରାଜେଶ୍ୱରୀଙ୍କ ସମୟରେ ଏହି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ରୂପେ ଘୋଷଣା କରାଯାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବଞ୍ଚିତ ବିଲାବାଡି ପଞ୍ଚାୟତ l

nis-ad
Leave A Reply

Your email address will not be published.