ବାଣ ବେପାର କରିବାକୁ ମସୁଧା…ପୋଲିସ ଓ ଗୋଦି ମିଡ଼ିଆ କୁ ସ୍ୱତନ୍ତ୍ର ପ୍ୟାକେଜ..!

ସୁପ୍ରିମକୋର୍ଟ ଆଦେଶ ଶୁଣି ବାଣ ବେପାରୀ ଛାନିଆ…


ବ୍ରହ୍ମପୁର : ୭-୧୧ ଖୁସିର ଓ ଆଲୋକ ର ପର୍ବ ଦୀପାବଳୀ କୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା କୁ କୋଟି କୋଟି ଟଙ୍କା ର ବାଣ ଆସିଛି। ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବାଣ ବ୍ୟବସାୟୀ ମାନେ ବାଣ ବିକ୍ରି ପାଇଁ ବିଭିନ୍ନ ରାଜ୍ୟ ରୁ ବାଣ ଆଣିଛନ୍ତି। ଗଞ୍ଜାମ ଜିଲ୍ଲା ରେ ନିର୍ମିତ ହେଉଥିବା ଦେଶୀ ବାଣ ଚୋରାରେ ରାତ୍ର ସମୟ ରେ ଗଳା ବାଟ ଦେଇ ଗୁପ୍ତ ଗୋଦାମ ରେ ଗଛିତ ହେବା ଆରମ୍ଭ ହେବାର ଚର୍ଚ୍ଚା ହେଉଛି। ହେଲେ ପୂର୍ବ ଭଳି ସହଜରେ ମିଳୁନି ଲାଇସେନ୍ସ ବାଣ ବିକ୍ରି ପାଇଁ ଏହାକୁ ଦେଖି ବାଣ ବିକ୍ରି ପାଇଁ ମସୁଧା ଚାଲିଛି। କେତେକ ପୋଲିସ ଓ ଗୋଦି ମିଡ଼ିଆ କୁ ଢାଲ କରି ଏଥର ବାଣ ବିକ୍ରି କରିବାକୁ ଯୋଜନା ହେଲାଣି ବୋଲି ଚର୍ଚ୍ଚା ଜୋର ଧରିଛି। କୁମାର ପୂର୍ଣ୍ଣିମା କୁ ପରମ୍ପରା ର ଆଳ ଦେଖାଇ ଯେପରି ଜୁଆ ଖେଳ ଚାଲିଲା। ସେହିପରି ବାଣ କୁ ମଧ୍ୟ ପରମ୍ପରା ଓ ବଡ଼ ବଡ଼ିଆ ଙ୍କ ନାମରେ ବେପାର କରି କିଛି ଅର୍ଥ ହାତେଇବା କୁ ଛୋଟ ରୁ ବଡ଼ ବାବୁ ମାନେ କସରତ ଆରମ୍ଭ କରିଥିବା ଶୁଣିବାକୁ ମିଳିଛି।ଦୀପାବଳୀ ଦିନ କେଉଁ ବାବୁ ଘରେ କେତେ ଧୁମଧାମ ରେ ଦୀପାବଳୀ ପାଳନ ହେବ ଦେଖିବାକୁ ବାକି ରହିଲା। ଏପଟେ ସୁପ୍ରିମକୋର୍ଟ ର କଡ଼ା ନିର୍ଦେଶ ବାଣ ଫୁଟା କୁ ନେଇ ଦେଖାଯାଉ ପ୍ରଶାସନ ଏହାକୁ କିପରି ଅଙ୍କୁଶ ଲଗାଉଛି ବାଣ ବେପାରୀଙ୍କ ଉପରେ l ନା ସୁପ୍ରିମକୋର୍ଟ ଆଦେଶ ବି ପାଣିରେ ଗାର ସଦୃଶ୍ୟ ହେବ ତାହା ଆଗାମୀ ଦିନ ହିଁ ମୂକ ସାକ୍ଷୀ ହୋଇ ରହିବ..

nis-ad
Leave A Reply

Your email address will not be published.