ରୋଜଗାରିଆ ପୁଅ ର ଚିକିତ୍ସା ପାଇଁ ବାପା ର ଆକୁଳ ନିବେଦନ…


ବ୍ରହ୍ମପୁର: ୭-୨୧ ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତର କହିରାପଲ୍ଲୀ ଗ୍ରାମର ସର୍ଜନ ଗୌଡ଼ ଏବଂ ନର୍ମଦା ଗୌଡ଼ ଙ୍କର ଚାରି ପୁଅ ମଧ୍ୟରେ ଏକ ମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ସୁନିଲ । ବୟସ ୩୨ ବର୍ଷ । ସ୍ତ୍ରୀ ଲିଟି,ପୁଅ ରାଜକୁମାର ଓ ଝିଅ ସୁହାନି ଙ୍କୁ ନେଇ ସୁନିଲ ଙ୍କ ଛୋଟିଆ ପରିବାର । ସୁରଟ ରେ କାମ କରି ନିଜର ସ୍ତ୍ରୀ, ପୁଅ , ଝିଅ ସହ ବାପା ମା ଙ୍କୁ ପାଖରେ ରଖି ଖୁସିରେ ପରିବାର ଚଳାଇ ଆସୁଥିଲେ ସୁନିଲ । ଏହା ମଧ୍ୟରେ ହାତ ଗୋଡ଼ ଫୁଲିବାରୁ ତାଙ୍କୁ ସୁରଟ ରେ ଚିକିତ୍ସା ପାଇଁ ଡାକ୍ତର ଙ୍କ ପାଖକୁ ନେବାରୁ ଏଥିପାଇଁ ଅଧିକ ଟଙ୍କା ଆବଶ୍ୟକତା ଦର୍ଶାଇ ଡାକ୍ତର ତାଙ୍କୁ ଗାଁକୁ ନେବାପାଇଁ ପରାମର୍ଶ ଦେଇଥିଲେ। ଏଣୁ ବାଧ୍ୟ ହୋଇ ସୁନିଲ ଗାଁକୁ ଫେରିବା ପରେ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ନିଆଯାଇଥିଲା । ସେଠାରେ ତାଙ୍କର କିଡନୀ ଖରାପ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ସଂପ୍ରତି ଉତ୍କଳ ହସ୍ପିଟାଲ ଭୁବନେଶ୍ୱର ରେ ଭର୍ତ୍ତି କରାଯାଇଛି । ଡାକ୍ତର ସମସ୍ତ ପରୀକ୍ଷା ପରେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଥିବା ଜାଣିବା ପରେ ତାଙ୍କ ସ୍ତ୍ରୀ ଲିଲି ବର୍ତ୍ତମାନ ସ୍ବାମୀଙ୍କୁ ନିଜର ଗୋଟିଏ କିଡନୀ ଦେବାପାଇଁ ରାଜି ହେବାପରେ ଏଥିପାଇଁ ଡାକ୍ତରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ପ୍ରାୟ ଦଶଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ପ୍ରକାଶ କରିବା ପରେ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।ରାଜ୍ୟ ସରକାରଙ୍କ ବରଦାନ ସାବ୍ୟସ୍ତ ହେଉଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩.୬୦ ଲକ୍ଷ୍ୟ ଟଙ୍କା ଓ ଦିତ୍ୱୀୟ ପର୍ଯ୍ୟାୟ ରେ ୧.୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଆଗକୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ଏଥିପାଇଁ ଆବଶ୍ୟକୀୟ ପ୍ରମାଣ ପତ୍ର ପାଇଁ ବାପା ସର୍ଜନ ଗୌଡ଼ ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ଙ୍କୁ ଜଣାଇବା ପରେ ତହସିଲ କାର୍ଯ୍ୟାଳୟ ତରଫରୁ ତାଙ୍କୁ ତୁରନ୍ତ ପ୍ରମାଣ ପତ୍ର ସବୁ ପ୍ରଦାନ କରାଯାଇଛି । ହେଲେ ଅସ୍ତ୍ରୋପଚାର ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବାକୁ ଥିବାବେଳେ ବାପା ସର୍ଜନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଯାଇ ସହାୟତା ପାଇଁ ଅନୁରୋଧ କରୁଥିବା ଦେଖାଯାଇଛି। ବାବୁ ମୋ ପୁଅକୁ ବଞ୍ଚାନ୍ତୁ, କେଉଁଠୁ ଟଙ୍କା ଆଣିବୁ ,କିପରି ତାର ଚିକିତ୍ସା ହେବ,ମତେ ସାହାଯ୍ୟ କରନ୍ତୁ ବାବୁ । ଏହା ଥିଲା ଗୋଟିଏ ଚିକିତ୍ସାଧୀନ ଅବସ୍ଥାରେ ଥିବା ପୁଅ ପାଇଁ ବାପାର ଆକୁଳ ନିବେଦନ । ତାଙ୍କ ପରିବାର ର ଅନ୍ୟ କେହି ରୋଜଗାର କ୍ଷମ ବ୍ୟକ୍ତି ନଥିବା ବେଳେ ଜମିବାଡ଼ି ମଧ୍ୟ କିଛି ନାହିଁ। ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।

nis-ad
Leave A Reply

Your email address will not be published.