କୁଆଁରମୁଣ୍ଡା ଝରାଘାଟରୁ ଉଦ୍ଧାରହେଲା ନାବାଳକର ମରଶରୀର…

ରାଉରକେଲା(କୁଆଁରମୁଣ୍ଡା)- ଗତ ପାଞ୍ଚ ତାରିଖ ରବିବାର ଦିନ ରାଉରକେଲା ଗୋପବନ୍ଧୁପାଲି ଅଂଚଳର ଉପେନ୍ଦ୍ର ସ ଙ୍କ ୧୦ବର୍ଷ ର ପୁଅ ରବି କୁମାର ସ ସାଙ୍ଗମାନଙ୍କ ସହ ଧୋବିଘାଟ କୋଏଲ ନଦୀ କୁ ଗାଧୋଇବା ପାଇଁ ଯାଇଥିଲା । ଭାଗ୍ୟର ବିଡମ୍ବନା ରବି କୁମାର ଗାଧୋଇଲା ବେଳେ ହଠାତ ଗୋଡ ଖସି ନଦୀର ମଧ୍ୟଭାଗକୁ ଚାଲି ଯାଇଥିଲା । ପିଲାଟିକୁ ପଂହରିବା ଜଣାନଥିବାରୁ ଗଭୀର ପାଣିରେ ବୁଡିଯାଇଥିଲା । ସାଙ୍ଗରେ ଯାଇଥିବା ପିଲାମାନେ ନାବାଳକ ଘରେ ଯାଇ ଖବରନେବାରେ, ପରିବାର ଲୋକ ପ୍ଲାଣ୍ଟ ସାଇଟ୍ ଥାନା ରାଉରକେଲାକୁ ଯାଇ ଖବରଦେଇ ଥିଲେ । ଥାନାବାଲା ସହ ଦମକଳ ବାହିନୀ ମିଳିତ ପ୍ରଚେଷ୍ଟା ରେ ମଧ୍ୟ ନାବାଳକର କୌଣସି ଖୋଜ ଖବର ମିଳିନଥିଲା | ସାତ ତାରିଖ ସକାଳ ୧୦ଟା ସମୟରେ ନାବାଳକ ର ମରଶରୀର କୁଆଁରମୁଣ୍ଡା ଫାଣ୍ଡି
ଅନ୍ତର୍ଗତ ଝରାଘାଟ ରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇ ଥିଲେ | କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ସମେତ କାର୍ଯରତ ପୋଲିସ କନେଷ୍ଟବଳ ମିଳିତ ସହଯୋଗ ରେ ମରଶରୀର କୁ ନଦୀରୁ ଉଦ୍ଧାର କରି ଶବ ପୋଷ୍ଟମର୍ଟମ କରିବା ପାଇଁ ପଠାଇ ଦେଇଥିଲେ । ଶବ ବ୍ୟବଚ୍ଛେଦ ହେଲାପରେ ପରିବାର ଙ୍କୁ ମରଶରୀର ହସ୍ତାନ୍ତର କରିଥିଲେ | ଖବର ପ୍ରଚାରିତ ହେବା ଯଦି ଗୋପବନ୍ଧୁ ପାଲି ରେ ଶୋକର ବାତାବରଣ ଖେଳିଯାଇଥିଲା।

nis-ad
Leave A Reply

Your email address will not be published.