ବ୍ରାହ୍ମଣୀଗାଁରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ

ଦାରିଙ୍ଗବାଡି, ୭/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଜିଲା ପରିସଦ ୧୧ନଂ ଜୋନ୍‌ ବ୍ରାହ୍ମଣୀଗାଁ ସ୍ଥିତ ଆରଏମପି ପରିସରରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଅମୀରଚାନ୍ଦ ନାୟକଙ୍କ ନେତୃତ୍ୱ ଓ ଜିଲା ମହିଳା ସଭାନେତ୍ରୀଙ୍କ ସହଯୋଗ କ୍ରମେ କର୍ମୀ ବୈଠକ ଅନୁଷ୍ଠିତ ହୋଇଛି।ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି ପରିପ୍ରେକ୍ଷୀରେ ଆଜି ଦାରିଙ୍ଗବାଡ଼ି ବ୍ଲକ ଜିଲାପରିସଦ ଏଗାର ନଂ ଯୋନର ବ୍ରାହ୍ମଣୀଗାଁ ଅଞ୍ଚଳର ମୁଖ୍ୟତଃ ଆଠ ଗୋଟି ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗି, ଗଦାପୁର, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ, ହାତିମୁଣ୍ଡା ଓ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ସମସ୍ତ ଗାଁରୁ ଶତାଧିକ ବୟୋଜ୍ୟେଷ୍ଠ କଂଗ୍ରେସ କର୍ମୀଙ୍କ ସହିତ ଯୁବକ ଯୁବତୀ କର୍ମୀ ସମୁହ ଏକତ୍ରୀତ ହୋଇ ଥିଲେ। ବ୍ଲକ କଂଗ୍ରେସ ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ କର୍ମୀ ବୈଠକ ପରିଚାଳିତ ହୋଇଥିଲା। ବ୍ଲକ ସମ୍ପାଦକ ଶରତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କର୍ମୀ ବୈଠକରେ ମୁଖ୍ୟକରି କଂଗ୍ରେସର ବରିଷ୍ଠ କର୍ମୀ ଅମୀରଚାନ୍ଦ ନାୟକ, ପୂର୍ବତନ ଜିଲା କାର୍ଯ୍ୟ କାରିଣୀ ସଭାପତି ସନ୍ତୋଷ ପଟ୍ଟନାୟକ, ଶ୍ୟାମଘନ ପ୍ରଧାନ,ଜିଲା ମହିଳା ସଭାନେତ୍ରୀ ତଥା ପୂର୍ବତନ ସମିତି ଅଧ୍ୟକ୍ଷା ରୁଦା ମଲିକ,ଜିଲା ପରିଷଦ ସଭ୍ୟା ଦୀପିକା ମାଝୀ, ପୂର୍ବତନ ବ୍ଲକ ଉପାଧକ୍ଷ ରମାକାନ୍ତ ବଳିୟାରସିଂ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଭ୍ୟ ଆରନ ନାୟକ, ଦିଲିପ ସାହୁ, ପୂର୍ବତନ ସମିତି ସଭ୍ୟ କରମସିଂ ନାୟକ, ଜିଲା ଯୁବ ସଭାପତି ଚନ୍ଦନ ପଣ୍ଡା, ବ୍ଲକ ଯୁବ ସଭାପତି ପ୍ରଭଞ୍ଜନ ନାୟକ, ଯୁବ ମହିଳା ନେତ୍ରୀ ସିମିଳାରାଣୀ ପଡ୍ରା, ବିଦ୍ୟାଧର ମଲିକ, ଭାସ୍କର ନାୟକ, ଜିରିମିୟ ମାଝୀ ପ୍ରମୁଖଙ୍କ ସହିତ ଅଞ୍ଚଳର ବହୁ ବୟ ଜ୍ୟେଷ୍ଠ କଂଗ୍ରେସ ପ୍ରେମୀ ଉପସ୍ଥିତ ରହିଥିଲେ।ବୈଠକରେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଅରାଜକତା ସମ୍ପର୍କରେ ଆଲୋଚନା କରାଯାଇ ଆଗାମୀ ନିର୍ବାଚନରେ ଆଶାୟୀ ବିଧାୟକ ପାର୍ଥିମାନେ ଦଳୀୟ ଟିକଟ ନପାଇଲେ ସ୍ୱାଧୀନ ପ୍ରାର୍ଥୀଭାବେ ଷ୍ଟାଣ୍ଡ ନହେବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ଲକ ସମ୍ପାଦକ ଶରତ ପ୍ରଧାନ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.