ନାବାଳିକାଙ୍କୁ ଅପହରଣ ସହ ଦୁର୍ଷ୍କମ, ଅପହରଣକାରୀ ଜେଲ ଗଲେ…

ହିଞ୍ଜିଳିକାଟୁ (୭ା୧୧) : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳପୂର୍ବକ ଅପହରଣ କରିବା ସହ ବିବାହ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀ ଯୁବକଙ୍କୁ ସୋମବାର ରାତିରେ ଗିରଫ କରିଛି । ଗିରଫ ଅପହରଣକାରୀ ଜଣଙ୍କ ହେଲେ ସେହି ଗ୍ରାମର ବଳିଆ ନାହାକ(୨୧) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୬୬୧/୨୩ରେ ଏକ ମାମଲା ରୁଜୁ ହୋଇଛି । ଉଭୟଙ୍କ ଡାକ୍ତରୀ ମାଇନା ପରେ ବଳିଆଙ୍କୁ ମଙ୍ଗଳବାର ବ୍ରହ୍ମପୁର ପୋସ୍କ କେମାର୍ଟକୁ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ ସିଦ୍ଧାର୍ଥ ଶଙ୍କର ଜେନାଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଯେ, ଗତ ସେପ୍ଟମ୍ବର ୧୨ ତାରିଖରେ ନାବାଳିକା ଜଣଙ୍କ ଗ୍ରାମ ପୋଖରୀକୁ ସ୍ନାନ କରିବା ପାଇଁ ଯାଉଥିବା ବେଳେ ସେହି ଗ୍ରାମର ବଳିଆ ନାବାଳିକାଙ୍କୁ ଏକୁଟିଆ ଦେଖି ବଳପୂର୍ବକ ଅପହରଣ କରି ନେଇ ଯାଇଥିଲେ । ଘଟଣା ନେଇ ନାବାଳିକାଙ୍କ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ବଳିଆ ଅପହରଣ ପରେ ନାବାଳିକାଙ୍କୁ ଭୂବନେଶ୍ୱର ନେଇ ଏକ ଭଡା ଘରେ ରଖିଥିଲେ । ବିବାହର ପ୍ରଲୋଭନ ଦେଖାଇ ବଳିଆ ନାବାଳିକାଙ୍କୁ ବାରମ୍ବାର ବଳପୂର୍ବକ ଦୁର୍ଷ୍କମ କରି ଆସୁଥିଲେ । କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ସୋମବାର ଭୂବନେଶ୍ୱରରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିଥିଲେ ।

nis-ad
Leave A Reply

Your email address will not be published.