ଲକ୍ଷାଧିକ ଟଙ୍କାର ଲୁହାରଡ଼ ଚୋରି ଘଟଣା,୫ ଗିରଫ…

ବ୍ରହ୍ମପୁର (୧/୧୦) : ଏକ ଚୋରି ମାମଲାରେ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠିର ସୁନୀଲ ସେଠୀ(୨୪), ଗାଣ୍ଡୁସାହୁ(୨୬), ଶ୍ରୀରଞ୍ଜରାଜପୁରର ମଧୁ ସୂଦନ ସେଠୀ(୨୧), ଲୋଚାପଡାର ଏଲ କାଳୁ ଦାସ(୫୨) ଓ ଏଲ.ସୁନୀଲ କୁମାର ଦାସ(୨୧) । ସେମାନଙ୍କ ନିକଟରୁ ପୁଲିସ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର କରିଥିବା ଜଣାପଡ଼ିଛି । ସିସିଟିଭି ଫୁଟେଜ ଓ ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କ ଗିରଫ କରିବାରେ ସଫଳ ହୋଇଛି । ସୂଚନାଯୋଗ୍ୟ ଯେ, ତିନିମୂର୍ତ୍ତି ଦେଉଳ ସାହି ନିବାସୀ ପୂର୍ଣ୍ଣିମା ସାହୁଙ୍କର ହରଡ଼ାଖଣ୍ଡି ଠାରେ ଗୋଟିଏ କନଷ୍ଟକସନ ରହିଛି । ଗତ ଅକ୍ଟୋବର ୨୫ତାରିଖରେ ସକାଳେ କିଛି ଦୁର୍ବୁତ୍ତ ପୂର୍ଣ୍ଣିମାଙ୍କ କନଷ୍ଟକସନରୁ ୨୬୪ଟି ଲୁହା ରୋଡ଼ ଚୋରି କରି ନେଇ ଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୨ ହଜାର ଟଙ୍କା । ଦୁର୍ବୁତ୍ତମାନେ ଚୋରି କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଅଭିଯୋଗକାରୀ ପୂର୍ଣ୍ଣିମା ସାହୁ ଏହି ସିସିଟିଭି ଫୁଟେଜକୁ ନେଇ ବଡ଼ ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

nis-ad
Leave A Reply

Your email address will not be published.