ହନୁମାନ ମନ୍ଦିର ଚୋରି ଘଟଣା, ଜଣେ ଗିରଫ…

ବ୍ରହ୍ମପୁର : ସ୍ଥାନୀୟ ଫାଷ୍ଟ ନିକଟରେ ଥିବା ହନୁମାନ ମନ୍ଦିରରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ହେଲେ ଭଞ୍ଜନଗର ତଥା ସ୍ଥାନୀୟ ବାରିଆବିଲ ସାହିର ରତ୍ନାକର ନାୟକ (୪୧) । ସୂଚନାଯୋଗ୍ୟ ଯେ ଗତ ୨୯ତାରିଖ ରାତିରେ ରତ୍ନାକର ଉକ୍ତ ହନୁମାନ ମଧ୍ୟରେ ପଶି ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି କରିନେଇ ଥିଲେ ।ହେଲେ ଦାନହୁଣ୍ଡି ଓ ମନ୍ଦିର ଭିତରେ ଥିବା ସୁନା ଅଳଙ୍କାର ଚୋରି କରି ପାରି ନଥିଲେ । ଘଟଣାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପରବର୍ତ୍ତୀ ସମ୍ପର୍କରେ ଏହି ସିସିଟିଭି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଭାଇରଲ ଭିଡ଼ିଓରୁ ମନ୍ଦିର କର୍ମକର୍ତ୍ତାମାନେ ଅଭିଯୁକ୍ତକୁ ଚିହ୍ନଟ କରିପାରିଥିଲେ ।ପରେ ଘଟଣାକୁ ନେଇ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଆଧାର କରି ପୁଲିସ ୪୩୧/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରତ୍ନାକରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

nis-ad
Leave A Reply

Your email address will not be published.